Uncategorized

ଏଫ୍‌ଏଟିଏଫ୍‌ ଉପାଧ୍ୟକ୍ଷ ହେଲେ କେନ୍ଦ୍ର ସଂସ୍କୃତି ସଚିବ ବିବେକ ଅଗ୍ରୱାଲ

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ସଚିବ ବିବେକ ଅଗ୍ରୱାଲଙ୍କୁ ଶୁକ୍ରବାର ଆନ୍ତର୍ଜାତିକ ସଂଗଠନ ‘ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ’ (FATF)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମନି ଲଣ୍ଡରିଂ ଓ ଆତଙ୍କବାଦୀ ପାଣ୍ଠି ଯୋଗାଣ ରୋକିବା ଦିଗରେ ବିଶ୍ୱସ୍ତରୀୟ ମାନଦଣ୍ଡ ନିର୍ଦ୍ଧାରଣ କରୁଥିବା ଏହି ପ୍ରଭାବଶାଳୀ ସଂସ୍ଥାରେ ଭାରତ ପ୍ରଥମ ଥର ପାଇଁ ଉପାଧ୍ୟକ୍ଷ ପଦ ହାସଲ କରିଛି। ସୂଚନାଯୋଗ୍ୟ ଯେ, ଭାରତ ୨୦୧୦ ମସିହାରୁ ଏହି ଗ୍ଲୋବାଲ୍ ବଡିର ପୂର୍ଣ୍ଣକାଳୀନ ସଦସ୍ୟ ରହିଆସିଛି। ବିବେକ ଅଗ୍ରୱାଲ ବ୍ରିଟେନର ଜାଇଲ୍ସ ଥମସନଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିବେ। ଥମସନ୍‌ ୧ ଜୁଲାଇ ୨୦୨୫ରୁ ଏହି ପଦବୀରେ କାର୍ଯ୍ୟରତ ଅଛନ୍ତି ଏବଂ ଏହାପରେ ସେ ଅଧ୍ୟକ୍ଷ ପଦକୁ ଉନ୍ନୀତ ହେବେ।

Related Articles

Back to top button