କ୍ରୀଡ଼ାଜାତୀୟ

ପଡିକ୍କଲ ଓ ରାହୁଲଙ୍କ ଦମଦାର ବ୍ୟାଟିଂ

ଭୁବନେଶ୍ୱର,ପ୍ରଥମ ଟେଷ୍ଟ ମ୍ୟାଚ୍ ଶନିବାର,ଭାରତ ଓ ଶ୍ରୀଲଙ୍କା ମଧ୍ୟରେ, ଗଲ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ, ଆରମ୍ଭ ହୋଇଛି।ଭାରତ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସିଥିଲେ, କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲ। ଉଭୟ ପ୍ରଥମ ୱିକେଟରେ ୪୭ ରନ୍ ଯୋଡ଼ିଥିଲେ। ଯଶସ୍ୱୀ ଜୟସ୍ୱାଲ ୩୨ ରନ କରି ରନ୍ ଆଉଟ୍ ହେବା ପରେ, ଏହି ଭାଗୀଦାରି ଭାଙ୍ଗିଥିଲା।ଯଶସ୍ୱୀଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ, ଦେବଦତ୍ତ ପଡ଼ିକ୍କଲ। ସେ କେଏଲ୍ ରାହୁଲ ସହ ମିଶି ଭାରତୀୟ, ଇନିଂସକୁ ସମ୍ଭାଳିଥିଲେ। ଲଞ୍ଚ ପର୍ଯ୍ୟନ୍ତ ଭାରତର ସ୍କୋର, ୧୦୧/୧ ରହିଥିଲା। ଲଞ୍ଚ ପରେ ବର୍ଷା ଓ ଓଦା ଆଉଟଫିଲ୍ଡ ଯୋଗୁଁ ଦୀର୍ଘ ସମୟ ପର‌୍ୟ୍ୟନ୍ତ, ଖେଳ ବନ୍ଦ ରହିଥିଲା।କେଏଲ ରାହୁଲଙ୍କୁ କ୍ରାମ୍ପ୍ସ ହେବାରୁ, ସେ ପଡ଼ିଆ ଛାଡ଼ିଥିଲେ। ରିଟାୟର୍ଡ ହର୍ଟ ହେବା ପୂର୍ବରୁ, ରାହୁଲ ୧୬୨ଟି ବଲ୍‌ରେ ୭୭ ରନ୍ କରିଥିଲେ। ରାହୁଲ ପଡ଼ିଆ ଛାଡ଼ିବା ପରେ ଦେବଦତ୍ତ, ପଡିକ୍କଲ ଅଧିନାୟକ ଶୁଭମନ ଗିଲଙ୍କ ସହ ମିଶି ଭାରତୀୟ, ଇନିଂସକୁ ଆଗକୁ ନେଇଥିଲେ। ଅଧିନାୟକ ଶୁଭମନ ଗିଲ୍ ବେଶୀ ସମୟ କ୍ରିଜ୍‌ରେ, ରହିପାରିନଥିଲେ। ସେ ୧୬ ରନ୍‌ର ବ୍ୟକ୍ତିଗତ ସ୍କୋରରେ, ପ୍ରଭାତଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାପରେ ଦେବଦତ୍ତ ପଡିକ୍କଲଙ୍କ, ସାଥ ଦେବା ପାଇଁ, ପଡ଼ିଆକୁ ଆସିଥିଲେ ଋଷଭ ପନ୍ତ।

Related Articles

Back to top button