
ଭୁବନେଶ୍ୱର ,୧୪ ବର୍ଷୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ସେ ପଡିଆ ମଧ୍ୟରେ ତାଙ୍କ ବିସ୍ପୋରକ ବ୍ୟାଟିଂ ଯୋଗୁଁ, ବୋଲଙ୍କ ମନରେ, ଭୟ ବାତାବରଣ,ସୃଷ୍ଟି କରିଛନ୍ତି। ହେଲେ ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି, ବୈଭବ।ଛୋଟ ବୟସରେ, ବଡ଼ କୀର୍ତ୍ତିମାନ। ମାତ୍ର ୧୪ ବର୍ଷ ବୟସରେ ଆଇପିଏଲରେ, ଡେବ୍ୟୁ କରିଥିବା ବୈଭବ ସୂର୍ଯ୍ୟବଂଶୀ, ଏବେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ଗୋଟିଏ ଆଇପିଏଲରେ, ସର୍ବାଧିକ ଛକା ମାରିବାର ରେକର୍ଡ ବିସ୍ଫୋରକ କ୍ରିସ ଗେଲଙ୍କ ନାଁରେ ରହିଥିଲା।ଗେଲ ୨୦୧୨ ଆଇପିଏଲର ଗୋଟିଏ ସଂସ୍କରଣରେ, ସର୍ବାଧିକ ୫୯ଟି ଛକା ମାରି, ରେକର୍ଡ ସୃଷ୍ଟି କରିଥିଲେ। ୧୩ ବର୍ଷ ଧରି ଏହାକୁ ବିଶ୍ୱର କୌଣସି ଖେଳାଳି ଭାଙ୍ଗି ପାରି ନଥିଲେ। ହେଲେ ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ୨୦୨୬ରେ ଗେଲଙ୍କୁ ଅତିକ୍ରମ କରି ଯାଇଛନ୍ତି। ତେବେ ଗେଲଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଠାରୁ, ମାତ୍ର ୩ ରନ ଦୂରରେ ରହି ଯାଇଛନ୍ତି ସୂର୍ଯ୍ୟବଂଶୀ। ରାଇଜରର୍ସ ହାଇଦ୍ରାବାଦ ୨୦୨୬ ଆଇପିଏଲ ଏଲିମିନେଟରରେ, ବୈଭବ ଏହି ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି।୨୦ରୁ କମ ବଲରେ ସୂର୍ଯ୍ୟବଂଶୀ ୫ମ ଥର ପାଇଁ ନିଜ ଆଇପିଏଲ କ୍ୟାରିୟରରେ ୫୦ ରନ ପୂରଣ କରିଛନ୍ତି। ଆଇପିଏଲର ପାୱାର ପ୍ଲେରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ସୂର୍ଯ୍ୟବଂଶୀ ନିଜ ନାଁରେ କରିଛନ୍ତି। ସେ ୨୦୨୬ରେ ୪୯୦ ରନ କରି ପାରିଛନ୍ତି। ପୂର୍ବରୁ ଏହି ରେକର୍ଡ ଡାଭିଡ ୱାର୍ଣ୍ଣରଙ୍କ ନାଁରେ ଥିଲା। ସେ ୨୦୧୬ରେ ୪୬୭ ରନ କରିଥିଲେ। ପାୱାର ପ୍ଲେରେ ୪୯୦ ରନ କରିଥିବା ସୂର୍ଯ୍ୟବଂଶୀ ଚଳିତ ଆଇପିଏଲରେ ୬୮୩ ରନ କରି ନେଇଛନ୍ତି।




