ୟୁକ୍ରେନ ଉପରେ ପୁନର୍ବାର ରୁଷ୍ କ୍ଷେପଣାସ୍ତ୍ର ଆକ୍ରମଣ

ଭୁବନେଶ୍ୱର ,ୟୁକ୍ରେନ ଉପରେ ପୁନର୍ବାର ରୁଷ୍ ର କ୍ଷେପଣାସ୍ତ୍ର ଆକ୍ରମଣ ….ଏହି ଆକ୍ରମଣରେ ମସ୍କୋ ଉତ୍ତର କୋରିଆର କ୍ଷେପଣାସ୍ତ୍ର, ବ୍ୟବହାର କରିଥିବା କିଭ୍ ଅଭିଯୋଗ କରିଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପୂର୍ବରୁ କହିଥିଲେ ଯେ ମସ୍କୋ ନିଜ ସହଯୋଗୀ ଉତ୍ତର କୋରିଆ ଠାରୁ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ସୈନ୍ୟ ପାଉଛି। ରୁଷର ଲକ୍ଷ୍ୟ ହେଉଛି କିଭ୍ର ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା, ଇଣ୍ଟରସେପ୍ଟର ଅଭାବର, ସୁଯୋଗ ନେଇ ଧ୍ବଂସ ରଚିବା।ରୁଷର ସାମ୍ପ୍ରତିକ ଆକ୍ରମଣରେ ଦକ୍ଷିଣ-ପୂର୍ବ ସହର ଜାପୋରିଝିଆ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ଛଅ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୯ ଜଣ ଆହତ ହୋଇଛନ୍ତି। ଏହି ସହର ଉପରେ ଉତ୍ତର କୋରିଆର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଜିରକନ୍ କ୍ଷେପଣାସ୍ତ୍ର ଏବଂ ଗାଇଡେଡ୍ ଏରିଆଲ୍ ବୋମା, ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ବିଶେଷ ଭାବରେ ଭିତ୍ତିଭୂମିକୁ, ଟାର୍ଗେଟ କରାଯାଇଥିଲା ବୋଲି ଜେଲେନସ୍କି କହିଛନ୍ତି। ରାଜଧାନୀ କିଭ୍ରେ ଏକ ସଂକ୍ରାମକ ରୋଗ ହସ୍ପିଟାଲ ଉପରେ, ଆକ୍ରମଣ କରାଯାଇଛି। ଖେରସନ ଏବଂ ଖାରକିଭ୍ ସହର ଉପରେ ଆକ୍ରମଣ ଯୋଗୁଁଁ, ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଛି।କିଭ୍ ପ୍ରଶାସନ ତରଫରୁ ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ରାତିସାରା ହୋଇଥିବା ଆକ୍ରମଣରେ, ୧୨ ଜଣଙ୍କର ମୃତ୍ୟୁ ହୋଇଛି, ଏବଂ ବହୁ ଲୋକ ଆହତ ହୋଇଛନ୍ତି।




