
ଭୁବନେଶ୍ୱର,ଜାତୀୟ ପତାକାକୁ ସମ୍ମାନ ଜଣାଇବା ପାଇଁ ଗତକାଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ, ଧ୍ବଜ ସଂହିତା ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ।80ତମ ସ୍ବାଧୀନତା ଦିବସ ପାଳିବ ଦେଶ….କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ କହିଛି ଯେ, ଜାତୀୟ, ସାଂସ୍କୃତିକ ଓ ଖେଳ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଲୋକେ, କାଗଜରେ ପ୍ରସ୍ତୁତ ଜାତୀୟ ପତାକା ଉତ୍ତୋଳନ କରନ୍ତି, କିନ୍ତୁ କାର୍ଯ୍ୟକ୍ରମ ଶେଷ ପରେ ଏହାକୁ ମାଟି ଉପରେ, ପକାଇ ଅସମ୍ମାନ କରିବା ଉଚିତ୍ ନୁହେଁ । ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ପତାକା ଆମ ଦେଶର, ଲୋକଙ୍କ ଆଶା ଆକାଂକ୍ଷାର ପ୍ରତୀକ । ଏହାକୁ ସମ୍ମାନଜନକ ସ୍ଥାନ ମିଳିବା ଆବଶ୍ୟକ । ତେଣୁ ଜନସାଧାରଣଙ୍କ ମଧ୍ୟରେ ଜାତୀୟ ପତାକା ସମ୍ପର୍କରେ, ସଚେତନ କରାଇବା ଆବଶ୍ୟକ । ଏଥିପାଇଁ ରାଜ୍ୟ ଗୁଡିକ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ, ଲୋକଙ୍କୁ ସଚେତନ କର ।ଧ୍ବଜ ସଂହିତା ଭାଗ-3ର ଧାରା 9 ଅନୁଯାୟୀ, ମାନ୍ୟଗଣ୍ୟ ବ୍ୟକ୍ତି ଯେପରି, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗାଡି ବ୍ୟତୀତ ଅନ୍ୟ କୌଣସି ଯାନବାହାନରେ, ଜାତୀୟ ପତାକା ଲଗାଯାଇପାରିବ ନାହିଁମୁଖ୍ୟ ସଚିବଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ, ଦିଆଯାଇଥିବା ଚିଠିରେ କୁହାଯାଇଛି ଯେ, ଜାତୀୟ ପତାକା ଉତ୍ତୋଳନ ସହ, ଜଡିତ ନିୟମ, ପାଳନର ସୂଚନା ପ୍ରଦାନ କରିବା, କମ୍ ଦେଖାଯାଇଥାଏ । ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।




