ଭାରତ ଓ ରୁଷ୍ ମଧ୍ୟରେ ଟ୍ରେନ ଚଳାଚଳ ହୋଇପାରେ।

ଭୁବନେଶ୍ୱର ,ରୁଷ ଉପ-ପ୍ରଧାନମନ୍ତ୍ରୀ ମାରତ ଖୁସନୁଲିନ ଭାରତ ଓ ରୁଷ୍ ମଧ୍ୟରେ, ଟ୍ରେନ ଚଳାଚଳ ହୋଇପାରେ ବୋଲି ପ୍ରସ୍ତାବ ଦେଇଛନ୍ତି। ଖୁସନୁଲିନ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ, ରେଳ ସଂଯୋଗ ହେଲେ ପରିବହନ ଜନିତ ବିପଦ ହ୍ରାସ ପାଇବ। ବସଫୋରସ ପ୍ରଣାଳୀ ଓ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ପଡ଼ିବ ନାହିଁ। ଏହାର ବିକଳ୍ପ ମାର୍ଗ ମିଳିଯିବ। ତୁର୍କୀମେନିସ୍ତାନ, ଇରାନ, ଆଫଗାନିସ୍ତାନ ଓ ପାକିସ୍ତାନ ଦେଇ ଭାରତକୁ, ଟ୍ରେନ ସଂଯୋଗ କରାଯାଇପାରିବ। ଆମେରିକା-ଇରାନ ଯୁଦ୍ଧକୁ ନେଇ ହର୍ମୁଜ ପ୍ରଣାଳୀରେ ଗତିରୋଧ ଜାରି ରହିଥିବାବେଳେ, ଏହି ପ୍ରସ୍ତାବ ଆସିଛି। ଗତ ଫେବୃଆରୀ ୨୮ରେ, ଆମେରିକାର ଇରାନ ଆକ୍ରମଣ ଯୋଗୁ, ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ବନ୍ଦ ରହିଛି। ଏହି ମାର୍ଗ ଦେଶ ବିଶ୍ବର ୨୦ ପ୍ରତିଶତ ତୈଳ ଓ ୨୦ ପ୍ରତିଶତ ଏଲଏନଜି କାରବାର ହୋଇଥାଏ।ହର୍ମୁଜରେ ନିଜ ଜାହାଜ ଉପରେ ଆକ୍ରମଣ ହେବାରୁ ତୁର୍କୀ ବସଫୋରସ ପ୍ରଣାଳୀକୁ ଅନ୍ୟ ଦେଶଙ୍କ ପାଇଁ ବନ୍ଦ କରି ଦେଇଥିଲା। ଏଥି ଯୋଗୁ କାରବାର ମଧ୍ୟ ପ୍ରଭାବିତ, ହୋଇଛି। ପରିବହନ ବ୍ୟତୀତ ଖୁସନୁଲିନ୍ ରୁଷର ନିର୍ମାଣ କ୍ଷେତ୍ରରେ, ନିରନ୍ତର ନିବେଶର ଆବଶ୍ୟକତା ଉପରେ, ମଧ୍ୟ ଆଲୋକପାତ କରିଥିଲେ।




