ଶିକ୍ଷାସ୍ୱାସ୍ଥ୍ୟ

ସ୍କୁଲ ନିକଟରେ ଜଙ୍କଫୁଡ୍ ବେପାର ଉପରେ କଟକଣା

ଭୁବନେଶ୍ୱର ,ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ଏବଂ ପାନ ଦୋକାନଠାରୁ ଆରମ୍ଭ କରି ବଡ଼ବଡ଼ ସପିଂ ମଲ, ବିମାନବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ହସ୍ପିଟାଲ ସାମ୍ନା, ମେଳା-ମେହୋତ୍ସବ, ସିନେମା ହଲ, ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ଆଗରେ ମାଳମାଳ ଜଙ୍କଫୁଡ୍‌ ଦୋକାନ। ଏସବୁ ଖାଦ୍ୟ ପିଲାଙ୍କୁ ଭିତରୁ ଧୀରେଧୀରେ ଦୁର୍ବଳ କରୁଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଉଛନ୍ତି। ଏପରିକି, ଏହି ଜଙ୍କଫୁଡ୍‌ ଯୋଗୁଁ କମ୍‌ ବୟସରୁ ପିଲା ମେଦବହୁଳତା ଭଳି ସାଂଘାତିକ ରୋଗର ଶିକାର ହେଉଛନ୍ତି। ସେମାନଙ୍କ ଭବିଷ୍ୟତ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି।ସେମାନଙ୍କ ଭବିଷ୍ୟତ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି। କିନ୍ତୁ ସରକାରଙ୍କ ପକ୍ଷରୁ ଏହା ଉପରେ ଦୃଷ୍ଟି ଦିଆଯାଉନି।କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କ, ସ୍ୱାସ୍ଥ୍ୟ ଏବଂ ପୋଷଣକୁ ଦୃଷ୍ଟିରେ ରଖି ସ୍କୁଲ ନିକଟରେ ଜଙ୍କଫୁଡ୍ ବେପାର ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟଠାରୁ ୧୫୦ମିଟର ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି ପ୍ରକାର ଜଙ୍କଫୁଡ୍, କୋଲ୍ଡ ଡ୍ରିଙ୍କସ, ଚିପ୍ସ, ନୁଡୁଲ୍ସ, ପିଜା, ବର୍ଗର, ମିଠା ଅତ୍ୟଧିକ ହାଇଫ୍ୟାଟ୍‌ ସୁଗାର ଓ ସଲଟ ବିକ୍ରି ହୋଇପାରିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି। ଏପରିକି, ସ୍କୁଲ କ୍ୟାଣ୍ଟିନ୍‌ରେ ଏସବୁ ରଖିବା ଉପରେ ନିଷେଧା‌ଦେଶ ଜାରି ହୋଇଛି। ସ୍କୁଲ କ୍ୟାଣ୍ଟିନ୍ ଓ ଆଖପାଖରେ କେବଳ ପୌଷ୍ଟିକ ଆହାର ରଖିବାକୁ, ନିର୍ଦେଶ ଦିଆଯାଇଛି। ସ୍କୁଲ ଆଖପାଖରେ ଏସବୁ ନିୟମ ଠିକ୍‌ ଭାବେ ପାଳନ ହେଉଛି କି ନାହିଁ, ତାହାକୁ ତଦାରଖ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଖାଦ୍ୟ ନିରୀକ୍ଷକଙ୍କୁ ,ଦାୟିତ୍ୱ ପ୍ରଦାନ କରାଯାଇଛି।

Related Articles

Back to top button