ଜାତୀୟମନୋରଞ୍ଜନ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ପ୍ରୀତି ଜିଣ୍ଟା,ସନି ଦେଓଲ

ଭୁବନେଶ୍ୱର ,ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ତିଆରି ‘ବଟୱାରା ୧୯୪୭’ ଭାରତ-ପାକିସ୍ତାନ ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ। ଫିଲ୍ମରେ ବିଭାଜନ ସମୟର ଯନ୍ତ୍ରଣା ସହ ପ୍ରେମ, ତ୍ୟାଗ ଓ ସାହସର କାହାଣୀକୁ ଦେଖାଯାଇଛି। ଫିଲ୍ମରେ ସନି ଦେଓଲ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଶବାନା ଆଜମୀ, କରଣ ଦେଓଲ, ଅଲି ଫଜଲ, ଅଭିମନ୍ୟୁ ସିଂହ, ଖୁସି ହଜାରେ ଏବଂ କନିକା କପୁରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ।‘ବଟୱାରା ୧୯୪୭’ ୧୪ ଅଗଷ୍ଟ ୨୦୨୬ରେ ସିନେମାହଲକୁ ଆସିବ। ବକ୍ସ ଅଫିସରେ ଫିଲ୍ମଟିର ମୁକାବିଲା, ଇମ୍ରାନ ହାଶମିଙ୍କ ‘ଆୱାରାପନ୍ ୨’ ସହ ହେବ। ତେଣୁ ଏହି ଦୁଇ ଫିଲ୍ମ ମଧ୍ୟରେ ବକ୍ସ ଅଫିସ୍ ଲଢ଼େଇ ଉପରେ, ମଧ୍ୟ ସମସ୍ତଙ୍କ ନଜର ରହିଛି।ସନି ଦେଓଲ  ଲକ୍ଷ୍ନୌରେ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି, ବହୁତ ଖୁସି ହୋଇଛନ୍ତି। ସାକ୍ଷାତ ପରେ ସିଏମ୍ ଯୋଗୀ ସନି ଦେଓଲ ଓ ପ୍ରୀତି ଜିଣ୍ଟାଙ୍କୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଉପହାର ଦେଇଥିଲେ। ସନି ଦେଓଲ ଏବେ ତାଙ୍କ ଆଗାମୀ ଫିଲ୍ମ ‘ବଟୱାରା ୧୯୪୭’କୁ ନେଇ ଚର୍ଚ୍ଚାରେ। ଫିଲ୍ମ ରିଲିଜ୍‌କୁ ଆଉ କିଛି ଦିନ ବାକି ଥିବାବେଳେ, ପ୍ରମୋସନକୁ ଜୋରଦାର କରିଛନ୍ତି ମେକର୍ସ। ଏହି କ୍ରମରେ ଶୁକ୍ରବାର, ୭ ଅଗଷ୍ଟରେ ସନି ଦେଓଲ ଫିଲ୍ମର ପ୍ରମୋସନ ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ। ଆଦିତ୍ୟନାଥଙ୍କ ସହ ସୁଖଦ ଓ ଆତ୍ମୀୟ ଆଲୋଚନା, ହୋଇଥିବା ସେ କହିଛନ୍ତି।

Related Articles

Back to top button