ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି

ଭୁବନେଶ୍ୱର ,ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟର ‘ମାରିନ୍ ୱାନ୍’ ଏକ ଯାତ୍ରୀବାହୀ ବିମାନର, ଅତି ନିକଟତର ହୋଇଯାଇଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ, ଏକ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି।ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ମାରିନ୍ ୱାନ୍ ହେଲିକପ୍ଟରଟି ହ୍ୱାଇଟ୍ ହାଉସରୁ ଉଡ଼ାଣ ଭରିଥିବା ବେଳେ, ୱାଶିଂଟନ୍ ଡିସି ଆକାଶରେ, ଏହି ଘଟଣା ଘଟିଥିଲା।
ଘଟଣା ସମୟରେ ଉତ୍ତର ଭର୍ଜିନିଆର ରୋନାଲ୍ଡ ରିଗାନ୍ ଜାତୀୟ ବିମାନବନ୍ଦରରେ, ଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ର ଭୁଲ୍ ଯୋଗୁଁ ଫ୍ଲୋରିଡା ଅଭିମୁଖେ, ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏବଂ ରାଷ୍ଟ୍ରପତିଙ୍କ ହେଲିକପ୍ଟର ମଧ୍ୟରେ ଥିବା ଦୂରତା ନିର୍ଦ୍ଧାରିତ, ସୀମାଠାରୁ ଯଥେଷ୍ଟ କମିଯାଇଥିଲା। ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ, ସୂଚନା ଦେଇ କହିଛନ୍ତି ଯେ, ମାରିନ୍ ୱାନ୍ ହେଲିକପ୍ଟରଗୁଡ଼ିକୁ ବିଶ୍ୱର ସର୍ବଶ୍ରେଷ୍ଠ ପାଇଲଟମାନେ ଚଳାଇଥାନ୍ତି ଏବଂ ରାଷ୍ଟ୍ରପତିଙ୍କ ଉପରେ କୌଣସି ପ୍ରକାରର ବିପଦ ନଥିଲା।




