କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି

ଭୁବନେଶ୍ୱର ,ଭଦ୍ରକ ଜିଲା ଧାମରା ନିକଟ ଅବଦୁଲ କଲାମ ଦ୍ବୀପର, ଏକୀକୃତ ପରୀକ୍ଷଣ କେନ୍ଦ୍ର ର ୪ ନମ୍ବର ଲଞ୍ଚ କମ୍ପ୍ଲେକ୍ସରୁ, ସନ୍ଧ୍ୟା ୬ଟା ୧୫ ମିନଟରେ ,କ୍ଷେପଣାସ୍ତ୍ର ଅଗ୍ନି-୪ ଉତ୍କ୍ଷେପଣ କରାଯାଇଛି। ଡିଆର୍ଡିଓ ଏବଂ ‘ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ’ର ମିଳିତ ସହଯୋଗରେ ଏହି ପରୀକ୍ଷା କରାଯାଇଥିଲା।ଆଜିର ଏହି ପରୀକ୍ଷା ସମୟରେ ଆଇଟିଆର ପକ୍ଷରୁ, ନିୟୋଜିତ ରାଡାର୍ରୁ ମିଳିଥିବା ତଥ୍ୟ ଅନୁସାରେ, ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଥିବା, ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି।ଅଗ୍ନି-୪ର ବ୍ୟାବହାରିକ ପରୀକ୍ଷା ବେଳେ ଡିଆରଡିଓ, ଆଇଟିଆର ଓ ‘ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ’ର ଉଚ୍ଚ ପଦାଧିକାରୀଙ୍କ ସମେତ, ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ବାଲାଷ୍ଟିକ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ଓ କ୍ଷମତା ବୃଦ୍ଧି କରାଯିବ ବୋଲି, ଡିଆର୍ଡିଓ ଅଧିକାରୀ କହିଛନ୍ତି।ଅଗ୍ନି-୪ କ୍ଷେପଣାସ୍ତ୍ରଟି ନାଭିଗେସନ ସିଷ୍ଟମ ସହ ଗ୍ଲୋବାଲ, ପୋଜିସନିଂରେ ତିଆରି କରାଯାଇଥିଲା। ସେକେଣ୍ଡ୍ ପ୍ରତି ୨.୫ କିମି ହିସାବରେ ଏହି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ୧୬ ମିନିଟରେ, ଆଜି ୪୦୦୦ କିମି ଅତିକ୍ରମ ସହ ଟାର୍ଗେଟ୍ରେ ପହଞ୍ଚିଥିଲା।



