ଅନ୍ୟାନ୍ୟଜୀବନଶୈଳୀ

ପୋଷ୍ଟ ଅଫିସରେ ବାହାରିଲା ନିଯୁକ୍ତି ସୁଯୋଗ ।

ଭୁବନେଶ୍ୱର ,ପୋଷ୍ଟ ଅଫିସରେ ବାହାରିଲା  ନିଯୁକ୍ତି ସୁଯୋଗ । ଅଭିଜ୍ଞ ଡ୍ରାଇଭରମାନଙ୍କ ପାଇଁ ଡାକ ବିଭାଗ, ଏକ ନୂଆ ନିଯୁକ୍ତି ସୁଯୋଗ ଆଣିଛି। ବେଙ୍ଗାଲୁରୁସ୍ଥିତ ମେଲ୍ ମୋଟର ସର୍ଭିସ୍ ରେ ‘ଷ୍ଟାଫ୍ କାର୍ ଡ୍ରାଇଭର’ର ୧୧ଟି ପଦବୀରେ ନିଯୁକ୍ତି ଦିଆଯିବ।ଏହି ନିଯୁକ୍ତି କେବଳ ଯୋଗ୍ୟ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଡେପୁଟେସନ୍ କିମ୍ବା ଆଡଜଷ୍ଟମେଣ୍ଟ ଆଧାରରେ ହେବ। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ, ୧୦ମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏହା ସହିତ ତାଙ୍କ ପାଖରେ ହାଲୁକା ଏବଂ ଭାରୀ ଦୁଇଟିଯାକ ମୋଟର ଯାନର ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଦରକାର। ପ୍ରାର୍ଥୀଙ୍କ ପାଖରେ ଅତି କମରେ, ୩ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ଗାଡ଼ିର ସାଧାରଣ ମରାମତି ଓ ରକ୍ଷଣାବେକ୍ଷଣ ବିଷୟରେ ଜ୍ଞାନ ଥିବା ଆବଶ୍ୟକ।ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ, ଆବେଦନ ପଠାଇବାକୁ ପଡ଼ିବ।ଏହି ନିଯୁକ୍ତି ପାଇଁ ଅଫଲାଇନ୍ ମାଧ୍ୟମରେ, ଆବେଦନ ଆହ୍ୱାନ କରାଯାଇଛି। ମନୋନୀତ ପ୍ରାର୍ଥୀମାନଙ୍କୁ ୭ମ ବେତନ କମିଶନ ଅନୁସାରେ, ମାସିକ ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଏବଂ ଅନ୍ୟାନ୍ୟ ସରକାରୀ ଭତ୍ତାର, ଲାଭ ମିଳିବ।  ୧୧ଟି ପଦବୀ ମଧ୍ୟରୁ ୧୦ଟି ପଦବୀ ବେଙ୍ଗାଲୁରୁ ଏବଂ ଗୋଟିଏ ପଦବୀ ମାଇସୁରୁ ସବ୍-ଡିପୋ ପାଇଁ ନିର୍ଦ୍ଧାରିତ କରାଯାଇଛି। ନିଯୁକ୍ତି ଡେପୁଟେସନ୍ କିମ୍ବା ଆଡଜଷ୍ଟମେଣ୍ଟ ଆଧାରରେ, କରାଯିବ। ରୋଜଗାର ସମାଚାରରେ, ବିଜ୍ଞାପନ ପ୍ରକାଶ ପାଇବାର ୬୦ ଦିନ ମଧ୍ୟରେ ,ଆବେଦନ ସ୍ୱୀକାର କରାଯିବ।

Related Articles

Back to top button