Uncategorized

ପାଉଣାକୁ ନେଇ ବିବାଦ: ଶ୍ରାବଣ ପ୍ରଥମ ସୋମବାରରେ ଲିଙ୍ଗରାଜଙ୍କ ନୀତିକାନ୍ତି ବାଧାପ୍ରାପ୍ତ

ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ବ୍ୟାଘାତ। ଶ୍ରାବଣ ପାଉଣା ବଣ୍ଟନକୁ ନେଇ ବ୍ରାହ୍ମଣ ପୂଜାପଣ୍ଡା ଓ ବଡୁ ସେବାୟତଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବାରୁ ରବିବାର ସନ୍ଧ୍ୟାରୁ ଦୈନନ୍ଦିନ ରୀତିନୀତି ଠପ୍ ହୋଇପଡ଼ିଛି। ସୋମବାର ସକାଳୁ ବଡୁ ସେବକମାନେ ନିଜର ନୀତିକାନ୍ତି ସମ୍ପାଦନ କରିଥିଲେ ବି ପୂଜାପଣ୍ଡା ସେବାୟତଙ୍କ ଅନୁପସ୍ଥିତି ହେତୁ ପୂଜାର୍ଚ୍ଚନା ବାଧାପ୍ରାପ୍ତ ହୋଇଛି। ମାତ୍ର ନୀତିରେ ବ୍ୟାଘାତ ଯୋଗୁଁ ଭକ୍ତମାନେ ପରମ୍ପରାଗତ ପୂଜା କରିପାରି ନଥିଲେ । ଫଳରେ ଦୂରଦୂରାନ୍ତରୁ ଆସିଥିବା କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ବିନା ପୂଜାରେ ପ୍ରଭୁଙ୍କ ନିକଟରେ ଜଳଲାଗି କରୁଛନ୍ତି।

Related Articles

Back to top button