Uncategorized
ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: IFS ସଂଗ୍ରାମ କେଶରୀ ବେହେରା ନିଲମ୍ବିତ
ଭୁବନେଶ୍ୱର: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ବନ ସେବା (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ କରାଯାଇଛି। ସେ ଓଡ଼ିଶା ବନ ଉନ୍ନୟନ ନିଗମ ର ବାଣିଜ୍ୟିକ ନିର୍ଦ୍ଦେଶକ (ଡାଇରେକ୍ଟର-କମର୍ସିଆଲ୍) ଭାବେ କାର୍ଯ୍ୟରତ ଥିଲେ। ସୂଚନାଯୋଗ୍ୟ, ୨୦୨୧ ମସିହାରେ ସଂଗ୍ରାମ କେଶରୀ ବେହେରା ଗଜପତି ଜିଲ୍ଲାର ଡିଭିଜନାଲ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିବା ସମୟରେ ତତ୍କାଳୀନ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ସମ୍ବେଦନଶୀଳ ଘଟଣାରେ ସଂଗ୍ରାମ କେଶରୀ ଅଭିଯୁକ୍ତ ଥିଲେ। ସେତେବେଳେ ଏହି ମାମଲା ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିବା ସହ ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।




