Uncategorized

ଓଡିଶୀ ନୃତ୍ୟ ଶିଳ୍ପୀ ସ୍ୱସ୍ତିକା ସମନ୍ବିତାଙ୍କୁ ସିସିଆର୍‌ଟି କନିଷ୍ଠ ଜାତୀୟ ପ୍ରତିଭା ବୃତ୍ତି

ଭୁବନେଶ୍ୱର : ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ପ୍ରତିଷ୍ଠିତ ଓଡିଶାର ଅଗ୍ରଣୀ ଶାସ୍ତ୍ରୀୟ ନୃତ୍ୟାନୁଷ୍ଠାନ “ନୃତ୍ୟାୟନ” ର ଛାତ୍ରୀ ସ୍ୱସ୍ତିକା ସମନ୍ବିତା ଓଡିଶୀ ନୃତ୍ୟରେ କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାଜନକ ସିସିଆର୍‌ଟି କନିଷ୍ଠ ଜାତୀୟ ପ୍ରତିଭା ବୃତ୍ତି ଲାଭ କରିଛନ୍ତି। ଶିଳ୍ପୀ ସ୍ୱସ୍ତିକା ନୃତ୍ୟାୟନର ଓଡିଶୀ ନୃତ୍ୟ ଶିକ୍ଷକ ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ଶିକ୍ଷାଦାନ ଓ ପ୍ରତିଷ୍ଠାତା ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ମାର୍ଗଦର୍ଶନରେ ଏହି ବୃତ୍ତି ସମ୍ମାନ ପାଇଁ ଯୋଗ୍ୟ ବିବେଚିତା ହୋଇଛନ୍ତି।

ଭୁବନେଶ୍ୱରରେ ଅବସ୍ଥାପିତ ଫିଲ୍ମମେକର ଖଗେଶ୍ୱର ଜୟପୁରିଆ ଓ ଶ୍ଵେତଲିନା ପ୍ରଧାନଙ୍କ ଏକମାତ୍ର ସୁକନ୍ୟା ସ୍ୱସ୍ତିକା ଶୈଶବରୁ ନିରବଚ୍ଛିନ୍ନ ଓଡିଶୀ ନୃତ୍ୟ ଶିକ୍ଷାଲାଭ କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ବୃତ୍ତି, ଆଗାମୀ ଦିନରେ ଆମ ରାଜ୍ୟ, ଦେଶ ତଥା ବିଦେଶରେ ଓଡିଶୀ ନୃତ୍ୟ ପରିବେଷଣ ପାଇଁ ପ୍ରେରଣା ଯୋଗାଇବ ଏବଂ ଓଡିଶୀ ନୃତ୍ୟର ମୌଳିକତାକୁ ବଜାୟ ରଖି ଗୁରୁଜୀଙ୍କ ନାମକୁ ଗର୍ବିତ କରିବେ ବୋଲି ସ୍ୱସ୍ତିକା ପ୍ରକାଶ କରିଛନ୍ତି l

Related Articles

Back to top button