
ଭୁବନେଶ୍ୱର ,ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟରେ, ଶ୍ରୀମନ୍ଦିର ସହ ଜଡ଼ିତ ଆଉ ପାଞ୍ଚଟି ଟ୍ରେଡ୍ ମାର୍କକୁ ମିଳିଛି ଅନୁମୋଦନ।ଏହି ଟ୍ରେଡ୍ ମାର୍କଗୁଡ଼ିକ ହେଲା ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘ନୀଳଚକ୍ର’ ଏବଂ ‘କୋଇଲି ବୈକୁଣ୍ଠ’। ଏହି ପାଞ୍ଚଟି ଟ୍ରେଡ୍ ମାର୍କ ଆସନ୍ତା ଟ୍ରେଡ୍ ମାର୍କ, ଜର୍ଣ୍ଣାଲରେ ପ୍ରକାଶ ପାଇବାକୁ ଅନୁମୋଦିତ ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପବିତ୍ର ନାମ, ପ୍ରତୀକ ଓ ଧାର୍ମିକ ପରମ୍ପରାର ଅନଧିକୃତ ବ୍ୟବହାର ଏବଂ ବାଣିଜ୍ୟିକ ଅପବ୍ୟବହାରକୁ, ରୋକିବା।ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ଓ ଗରିମାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି, ମନେ କରାଯାଉଛି।ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ଐତିହ୍ୟ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ଦିଗରେ ଆଉ ଏକ ବଡ଼ ସଫଳତା ମିଳିଛି।




