
ଭୁବନେଶ୍ୱର ,ଏପ୍ରିଲରୁ ଜୁଲାଇ ମଧ୍ୟରେ ୭ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ,ରାଉରକେଲା ବାସିନ୍ଦାଙ୍କୁ ଡେଙ୍ଗୁ ନେଇ ଭୟ ଘାରିଛି।
ମହାନଗର ନିଗମ କମିଶନର କହିଛନ୍ତି ଆରଏମସି ପକ୍ଷରୁ ସହରରେ, ଥିବା ହଟସ୍ପଟ୍ ଉପରେ, କଡା ନଜର ରଖାଯାଇଛି।
ସ୍ବାସ୍ଥ୍ୟ ବିଭାଗ କିମ୍ବା ମହାନଗର ନିଗମ କର୍ତ୍ତୃପକ୍ଷ ,ଡେଙ୍ଗୁ ନେଇ, ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି।
ସେପଟେ ସ୍ବାସ୍ଥ୍ୟ ବିଭାଗ କହିଛି ଡେଙ୍ଗୁ ପାଇଁ ସରକାରୀ ହସ୍ପିଟାଲରେ, ସବୁ ପ୍ରକାର ବ୍ୟବସ୍ଥା ହୋଇଛି।
ବେଡ ଠାରୁ ଆରମ୍ଭ କରି ଡାକ୍ତର ଓ ଟେଷ୍ଟ କିଟ୍ ଉପଯୁକ୍ତ ପରିମାଣରେ, ମହଜୁଦ ରହିଛି।
ସହରରେ ୧୫୦ରୁ ଅଧିକ ବସ୍ତି ରହିଥିବା ବେଳେ, ଅଧିକାଂଶ ସ୍ଥାନରେ କୁଢ କୁଢ ଅଳିଆ ଓ ଆବର୍ଜନ ସହ ଜମି ରହିଛି ବର୍ଷା ପାଣି।
ବସ୍ତି ଅଂଚଳରେ ସ୍ଥିତି ଆହୁରି ଗମ୍ଭୀର।




