Uncategorized

ଆଇସିୟୁରେ ଅମିତାଭ ବଚ୍ଚନ – Bastabbadi

ନୂଆଦିଲ୍ଲୀ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ହସ୍ପିଟାଲର ICU (ଆଇସିୟୁ)ରେ ଭର୍ତ୍ତି ହୋଇଛନ୍ତି। ୮୩ ବର୍ଷୀୟ ଏହି ବରିଷ୍ଠ ଅଭିନେତାଙ୍କର ଏକ ସର୍ଜରୀ ହୋଇଥିବା ସୂଚନା ମିଳିଛି। ନିଜ ସ୍ୱାସ୍ଥ୍ୟାବସ୍ଥା ଓ ସର୍ଜରୀ ସମ୍ପର୍କରେ ଅମିତାଭ ନିଜେ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଅପଡେଟ୍ ଦେଇଛନ୍ତି। ଏହି ଖବର ଆସିବା ପରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। କେଉଁ ନିର୍ଦ୍ଦିଷ୍ଟ କାରଣରୁ ତାଙ୍କର ସର୍ଜରୀ ହୋଇଛି, ସେ ନେଇ ଡାକ୍ତର କିମ୍ବା ବଚ୍ଚନ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବକ୍ତବ୍ୟ ଦିଆଯାଇ ନାହିଁ। ମେଗାଷ୍ଟାରଙ୍କ ଆଶୁ ଆରୋଗ୍ୟ ପାଇଁ ସାରା ଦେଶର ପ୍ରଶଂସକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

Related Articles

Back to top button