ରାଜନୀତିଶିକ୍ଷା

CJPର ସଂସଦ ମାର୍ଚ୍ଚ ପରେ ପିଏମ୍ ମୋଦୀଙ୍କ ବୟାନ

  ଭୁବନେଶ୍ୱର ,ନିଟ୍ ପେପର ଲିକ୍ ମାମଲାରେ,ନରେନ୍ଦ୍ର ମୋଦୀଙ୍କ ପ୍ରଥମ ବୟାନ, ସାମ୍ନାକୁ ଆସିଛି।ମୋଦୀ କହିଛନ୍ତି ଯେ, ପେପର ଲିକ୍ ମାମଲା, ରାଜନୀତିର ବିଷୟ ନୁହେଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ନହେବା ପାଇଁ ପୁନଃ ପରୀକ୍ଷା କରାଯାଇଥିଲା ଏବଂ ଏହାକୁ ସଫଳତାର ସହ, ସମ୍ପନ୍ନ କରାଯାଇଛି। ଯୁବପିଢ଼ି ର ଭବିଷ୍ୟତ ସହ, କୌଣସି ଖେଳ ହେବାକୁ ଦିଆଯିବ ନାହିଁ। ପେପର ଲିକ୍ ମାମଲାରେ, ଦୋଷୀମାନଙ୍କୁ କଠୋରରୁ, କଠୋର ଶାସ୍ତି ଦିଆଯିବ।ପିଏମ୍ ମୋଦୀଙ୍କ ଏହି ବୟାନ କକ୍ରୋଚ୍ ଜନତା ପାର୍ଟିର ସଂସଦ ମାର୍ଚ୍ଚ ପରେ ଆସିଛି, ଯେଉଁଥିରେ ବିରୋଧୀ ଦଳର ଅନେକ ସାଂସଦ ମଧ୍ୟ ସାମିଲ ହୋଇଥିଲେ।ଏହି ମାର୍ଚ୍ଚ ସମୟରେ ହିଂସାର କିଛି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଏହା ପରେ ଦିଲ୍ଲୀ ପୋଲିସ ଏବଂ ଆର୍‌ଏଏଫ୍‌ ପକ୍ଷରୁ ପ୍ରଦର୍ଶନକାରୀଙ୍କ ଉପରେ, ଲାଠିଚାର୍ଜ କରାଯାଇଥିଲା।ମୋଦୀ କହିଛନ୍ତି ଯେ, ଏହା କେବଳ କେନ୍ଦ୍ର ସରକାରଙ୍କ ମାମଲା ନୁହେଁ। ପେପର ଲିକ୍ ମାମଲାର ଦୋଷୀମାନଙ୍କୁ ଶାସ୍ତି ଦେବା ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ, କାମ କରିବାକୁ ପଡ଼ିବ। ସେ କହିଛନ୍ତି ଯେ, ଆଗକୁ ଏଭଳି ଘଟଣା ଯେପରି ନହୁଏ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ।

Related Articles

Back to top button