ଜିମ୍ବାୱେ ଗସ୍ତ ପାଇଁ ଭାରତର ଟି-୨୦ ଦଳ।

ଭୁବନେଶ୍ୱର ,ଭାରତୀୟ କ୍ରିକେଟପ୍ରେମୀମାନେ ଟିମ୍ ଇଣ୍ଡିଆର ଟି-୨୦ ମ୍ୟାଚ୍ଗୁଡ଼ିକୁ, ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୭:୩୦ରୁ ଦେଖିବାରେ ଅଭ୍ୟସ୍ତ। କିନ୍ତୁ ଏହି ସିରିଜରେ ପ୍ରଶଂସକମାନେ, ଏକ ଭିନ୍ନ ମ୍ୟାଚ୍ ସମୟ ଦେଖିବେ।ଭାରତ ଓ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ତିନୋଟି, ଟି-୨୦ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪:୩୦ରୁ ଆରମ୍ଭ ହେବ। ପ୍ରଥମ ଟି-୨୦ ମ୍ୟାଚ୍ ୨୩ ଜୁଲାଇରେ, ଦ୍ୱିତୀୟ ମ୍ୟାଚ୍ ୨୫ ଜୁଲାଇରେ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ୨୬ ଜୁଲାଇରେ ଖେଳାଯିବ। ତିନୋଟି ଯାକ ମ୍ୟାଚ୍ ହରାରେ ସ୍ପୋର୍ଟସ୍ କ୍ଲବ୍ ମାଇଦାନରେ, ଆୟୋଜିତ ହେବ। ଟିମ୍ ଇଣ୍ଡିଆ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ପହଞ୍ଚିଛି, ଯେଉଁଠାରେ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ ଖେଳାଯିବ।ଇଂଲଣ୍ଡ ଗସ୍ତର ବିଫଳତାକୁ ଭୁଲି ଭାରତୀୟ ଯୁବ ବ୍ରିଗେଡ୍, ଏହି ସିରିଜ ଜିତି ନୂଆ ଆରମ୍ଭ କରିବାର ଲକ୍ଷ୍ୟ ନେଇ, ପଡ଼ିଆକୁ ଓହ୍ଲାଇବ।ଏହି ସିରିଜରେ ସବୁଠାରୁ ଅଧିକ ନଜର, ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ। ଇଂଲଣ୍ଡ ବିପକ୍ଷ ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଡେବ୍ୟୁ କରିଥିବା ବୈଭବ ଗତ ଗସ୍ତରେ ୩ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ, ନିଜର ପ୍ରଭାବ ଛାଡ଼ିପାରିନଥିଲେ।ଜିମ୍ବାୱେ ବିପକ୍ଷରେ ତାଙ୍କ ପାଖରେ ନିଜକୁ ପ୍ରମାଣ କରିବା ଏବଂ ଦଳରେ ସ୍ଥାୟୀ ସ୍ଥାନ ସୁନିଶ୍ଚିତ କରିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି।




