Uncategorized

ଏଫଏମ୍ ୟୁନିଭର୍ସିଟି ପକ୍ଷରୁ ନର୍ସିଂ ପରୀକ୍ଷା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ (ଏଫଏମ୍) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୯ଟି କଲେଜର ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବିବାଦର ଅନ୍ତ ଘଟିଛି। ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବା ପରେ ସୃଷ୍ଟି ହୋଇଥିବା ତୀବ୍ର ଅସନ୍ତୋଷ ଭିତରେ ଶେଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଆଜି ଅପରାହ୍ନ ୪ଟା ୩୦ ସୁଦ୍ଧା ଫର୍ମ ଫିଲପ୍ ଶେଷ କରିବାକୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ  ନିର୍ଦ୍ଦେଶ ଦେଇଛନ୍ତି। ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ନର୍ସିଂ ଛାତ୍ରଛାତ୍ରୀମାନେ ଦୁଇ ଦିନ ଧରି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗଣ-ଧାରଣା ଦେଇଥିଲେ। ଗତକାଲି ଆନ୍ଦୋଳନରତ ଛାତ୍ରୀମାନେ ନିରୁପାୟ ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ି କାନ୍ଦି ନେହୁରା ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧ ରୁ ୨୦୫ ଶିକ୍ଷାବର୍ଷର ଏହି ୪ ବର୍ଷିଆ ବିଏସ୍‌ସି ନର୍ସିଂ କୋର୍ସ ପାଇଁ କଲେଜଗୁଡ଼ିକ ୬ ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋର୍ସ ଫି’ ନିର୍ଦ୍ଧାରଣ କରିଛନ୍ତି। କଲେଜ କର୍ତ୍ତୃପକ୍ଷ ପ୍ରାୟ ୯୦ ପ୍ରତିଶତ ଅର୍ଥ ଆଦାୟ କରି ସାରିଥିଲେ ମଧ୍ୟ ସେମାନଙ୍କର ଅବହେଳା ଯୋଗୁଁ ୬ ବର୍ଷ ବିତିଯାଇଥିଲେ ବି ପାଠପଢ଼ା ଶେଷ ହେଉ ନଥିଲା କି ପରୀକ୍ଷା କରାଯାଉ ନଥିଲା।

Related Articles

Back to top button