Uncategorized

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ୨୦୨୬ ଆଇପିଏଲ ର ୩୦ତମ ମ୍ୟାଚ୍ ଆଜି ସନ୍ଧ୍ୟା ୭:୩୦ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବାକୁ ସ୍ଥିର ହୋଇଛି। ଶୁଭମନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପରସ୍ପରକୁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ଏପର୍ଯ୍ୟନ୍ତ ବିଶେଷ କିଛି ହାସଲ କରିପାରି ନାହାଁନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚ୍ ହାରିଥିବା ବେଳେ ଗୁଜୁରାଟ ଟାଇଟାନ୍ସ ପୂର୍ବ ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚ୍ ରେ କେଉଁ ଦଳ ବିଜୟୀ ହେବ ତାହା ଦେଖିବାକୁ ବାକି ଅଛି।

Related Articles

Back to top button