
ଭୁବନେଶ୍ୱର ,ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିନାମା ହୋଇଛି। ୨୦୩୦ ସୁଦ୍ଧା ପ୍ରାୟ ୩୫,୦୦୦ କୋଟି ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ଦଶଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ଆଠଟି ପ୍ରମୁଖ ଘୋଷଣା କରାଯାଇଛି, ଯାହା ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ପ୍ରତିଭା ଗତିଶୀଳତା ଏବଂ ଶିକ୍ଷା କ୍ଷେତ୍ରରେ, ସହଯୋଗକୁ ପ୍ରୋତ୍ସାହିତ କରିବ। ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରି, ଏକ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଅକଲ୍ୟାଣ୍ଡରେ, ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହିତ ସାକ୍ଷାତ କରିଛନ୍ତି।ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା, ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ଉପରେ ଥିଲା, ଯାହା ଅଧୀନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ସେନା ମିଳିତ ଭାବରେ, ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବେ। ସେମାନେ ସାମରିକ ସୂଚନା ବାଣ୍ଟିବେ ଏବଂ ମିଳିତ ଯୁଦ୍ଧ ଅଭ୍ୟାସ କରିବେ। ସମୁଦ୍ର ମାନଚିତ୍ର ଏବଂ ଜଳଗ୍ରାଫି ତଥ୍ୟ ବାଣ୍ଟିବେ। ଆବଶ୍ୟକ ହେଲେ ଉଭୟ ଦେଶର, ନୌସେନା ପରସ୍ପରକୁ ଲଜିଷ୍ଟିକ୍ ସହାୟତା ମଧ୍ୟ ଯୋଗାଇବେ।ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମିଳିତ ଭାବରେ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ, ସୂଚନା ବାଣ୍ଟିବା ଏବଂ ରଣନୀତି ପ୍ରସ୍ତୁତ କରିବା ପାଇଁ, ଉଭୟ ଦେଶ ଏକ ଗୋଷ୍ଠୀ ଗଠନ କରିବେ। ଭୂମିକମ୍ପ, ସୁନାମି ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବେ। ସେମାନେ ପରସ୍ପରର ଅଭିଜ୍ଞତା, ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବେ।




