Uncategorized

ଭୟଙ୍କର ବିମାନ ଦୁର୍ଘଟଣା: ୧୦ ମୃତ

ନୂଆଦିଲ୍ଲୀ: କାରିବିଆନ୍ ଦ୍ୱୀପପୁଞ୍ଜ ବାହାମାସରେ ଏକ ସ୍ମଲ୍ ଏୟାରକ୍ରାଫ୍ଟ  ଦୁର୍ଘଟଣାଗସ୍ତ ହେବା ଫଳରେ ୧୦ ଜଣଙ୍କର ପ୍ରାଣହାନି ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ବାହାମାସ ସରକାର ‘ଫ୍ଲେମିଙ୍ଗୋ ଏୟାର’ର ସମସ୍ତ ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି। ଦ୍ୱୀପପୁଞ୍ଜର ରାଜଧାନୀ ନାସାଉର ପଶ୍ଚିମରେ ଅବସ୍ଥିତ ଉତ୍ତର ଆଣ୍ଡ୍ରୋସଠାରେ ଏହି ଦୁର୍ଘଟଣା ଘଟିଛି। ବାହାମାସର ପ୍ରଧାନମନ୍ତ୍ରୀ ଫିଲିପ୍ ବ୍ରେଭ୍ ଡେଭିସ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, “ଦେଶ ଯେତେବେଳେ ସ୍ୱାଧୀନତାର ୫୩ତମ ବାର୍ଷିକୀ ପାଳନ କରୁଛି, ସେଭଳି ସମୟରେ ଏହି ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଉତ୍ସବର ଦିନଟି ଆଜି ଶୋକର ଦିନରେ ପରିଣତ ହୋଇଛି। ଶୋକସନ୍ତପ୍ତ ପରିବାର ପ୍ରତି ଆମେ ଗଭୀର ସମବେଦନା ଜଣାଉଛୁ।”

Related Articles

Back to top button