ଅନ୍ୟାନ୍ୟଦୁର୍ଘଟଣା

ବିଧାନସଭା ବ୍ୟାରିକେଡକୁ ଧକ୍କା ଦେଲା କାର୍।

ଭୁବନେଶ୍ୱର ,ବିଳମ୍ବିତ ରାତିରେ ଜଣେ ମଦ୍ୟପ ଚାଳକ, ସିଧାସଳଖ ବିଧାନସଭା ଆଗରେ, ଥିବା ବ୍ୟାରିଗେଟ୍ ରେ କାର୍ ଟିକୁ ପିଟି ହୋଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ବ୍ୟାରିଗେଟ୍ ଟି, ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି।

ସୁରକ୍ଷାକର୍ମୀ ଓ STG ଟିମ୍ ସାରା ଅଞ୍ଚଳକୁ ଘେରିବା ସହ ଗାଡ଼ି ଚାରିପାଖରେ, କଡ଼ା ତନାଘନା ଓ ଯାଞ୍ଚ ଆରମ୍ଭ କରିଛନ୍ତି।

ସେପଟେ କାର୍ ଭିତରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ତତ୍କାଳ ଅଟକ ରଖି ପଚରାଉଚରା କରୁଛି।

ବିଧାନସଭା ଭଳି ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ, ଘଟଣାକୁ ନେଇ ସନ୍ଦେହ ଆହୁରି ବଢିଯାଇଛି।

ଖବର ପାଇ ସ୍ଥାନୀୟ ପୋଲିସ ସହିତ STG ତଥା ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍ ର କମାଣ୍ଡୋ ଟିମ୍ ତୁରନ୍ତ ଘଟଣାସ୍ଥଳରେ, ପହଞ୍ଚିଥିଲେ।

Related Articles

Back to top button