
ଭୁବନେଶ୍ୱର, ୭ଟି ବିପଜ୍ଜନକ ଆପ୍ସ ହଟାଇବାକୁ, ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଆପ୍ଲିକେସନକୁ ପ୍ଲେ ଷ୍ଟୋର୍ ଏବଂ ଆପ୍ ଷ୍ଟୋରରୁ, ତୁରନ୍ତ ହଟାଇବା ପାଇଁ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଗୁଗଲ୍ ଏବଂ ଆପଲ୍ କୁ ନିର୍ଦ୍ଦେଶ ଦେଇଛି। ସ୍ୱଳ୍ପ ମୂଲ୍ୟର ଇ-ରିକ୍ସା ବ୍ୟାଟେରୀରେ ଥିବା ‘ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ’ରେ କୌଣସି ପାସୱାର୍ଡ ସୁରକ୍ଷା ନଥାଏ। ଦୁଷ୍ଟ ପ୍ରକୃତିର ଲୋକମାନେ ଏହି ଆପ୍ ସାହାଯ୍ୟରେ, ଚଳନ୍ତି ବା ପାର୍କିଂ ହୋଇଥିବା ଇ-ରିକ୍ସା ସହ ସଂଯୋଗ କରି ତାହାର ପାୱାର୍ କଟ୍ ବା ବ୍ୟାଟେରୀ ବନ୍ଦ କରିଦେଉଥିଲେ। ଫଳରେ ହଠାତ୍ ଗାଡ଼ି ବନ୍ଦ ହୋଇଯିବା ସହ ଚାଳକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ, ଫସି ରହୁଥିଲେ। ଏହି ଆପ୍ ଗୁଡ଼ିକର ଅପବ୍ୟବହାର ଯୋଗୁଁ ,ସାଧାରଣ ଲୋକେ ଏବଂ ଗରିବ ଇ-ରିକ୍ସା ଚାଳକମାନେ, ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ।ଇ-ରିକ୍ସା ବ୍ୟାଟେରୀ ବନ୍ଦ କରୁଥିବା ଆପ୍ ଉପରେ, ସରକାରଙ୍କ କଡ଼ା ଆକ୍ସନ ।




