ଅନ୍ୟାନ୍ୟଦୁର୍ଘଟଣା

ଆକାଶରୁ ଖସିଲା ତାଲିମ ବିମାନ

ଭୁବନେଶ୍ୱର ,ବାରାମତୀ ବିମାନବନ୍ଦର ନିକଟରେ ଘଟିଛି, ଭୟଙ୍କର ଦୁର୍ଘଟଣା। ମହାରାଷ୍ଟ୍ର ବାରାମତୀରେ, ଏକ ଟ୍ରେନିଂ ବିମାନ କ୍ରାସ୍ ହୋଇଛି।୨ ସିଟ୍ ବିଶିଷ୍ଟ ଟ୍ରେନିଂ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଏକ ତାଲିମ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ମହାରାଷ୍ଟ୍ରର ବାରାମତୀର, ଗୋଜୁବାଭି ଗାଁ ନିକଟରେ କଠିନ ପରିସ୍ଥିତିରେ ଅବତରଣ କରିଥିଲା।ଘଟଣାଟି ସକାଳ ୮:୩୦ ରୁ ୯ଟା ମଧ୍ୟରେ ଘଟିଥିଲା ଯେତେବେଳେ, ଜଣେ ପ୍ରଶିକ୍ଷାର୍ଥୀ ପାଇଲଟ୍, ବାରାମତୀ ବିମାନବନ୍ଦରରୁ ନିୟମିତ ଅଭ୍ୟାସ କରୁଥିଲେ ।ପ୍ରାଥମିକ ସୂଚନା ଅନୁଯାୟୀ, ଗାଁ ସୀମା ନିକଟରେ ଏକ ଖୋଲା ସ୍ଥାନରେ ଅବତରଣ କରିବା ସମୟରେ ବିମାନଟି ଏକ ପୋଲରେ ପିଟି ହୋଇଥିଲା। ଏହା ପରେ, ଜୋରଦାର ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସି କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।ପୁଣେ ଗ୍ରାମାଞ୍ଚଳ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସନ୍ଦୀପ ସିଂହ ଗିଲ କହିଛନ୍ତି, “ଏହା କୌଣସି ଦୁର୍ଘଟଣା ନଥିଲା। ଅବତରଣ କରିବା ସମୟରେ ବିମାନଟି ଏକ ପୋଲରେ ଧକ୍କା ଦେଇଥିଲା। ପାଇଲଟ ବିମାନରେ ଏକା ଥିଲେ ଏବଂ ସେ ସୁରକ୍ଷିତ ଅଛନ୍ତି।”

Related Articles

Back to top button