ଓଡ଼ିଶାଶିକ୍ଷା

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ଫଳ, ସାମ୍ସ ପୋର୍ଟାଲରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;    ପିଜି ପ୍ରବେଶିକା ପରୀକ୍ଷା (କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ) -୨୦୨୬ ରେଜଲ୍ଟ ପ୍ରକାଶିତ ହୋଇଛି । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ପରୀକ୍ଷା ଫଳ ଦେଖିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ଅନୁଷ୍ଠିତ ହୋଇଥିଲା । ଏହି ପ୍ରବେଶିକା ପରୀକ୍ଷା ପାଇଁ ୫୮, ୬୧୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ୫୩, ୯୦୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସର୍ବମୋଟ୍ ୫୦ଟି ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ୧୩୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ୩୨, ୩୦୯ଟି ସିଟ୍ ରହିଛି । ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ଆଧାରରେ କରାଯିବ । ଆଡ଼ମିଶନର ସମୟସୂଚୀ ଖୁବଶୀଘ୍ର ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Related Articles

Back to top button