ଅନ୍ୟାନ୍ୟଜୀବନଶୈଳୀ

ତିନି ରାଶି ଲୋକଙ୍କ ପାଇଁ କ’ଣ ଖାସ ରହିବ

ଭୁବନେଶ୍ୱର ,‘ସମସପ୍ତକ’ ଯୋଗ ସନ୍ତୁଳନ, ନିଷ୍ପତ୍ତି କ୍ଷମତା, ସମ୍ପର୍କ ଓ ମାନସିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପକାଏ।ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳଣ ଓ ସେମାନଙ୍କ ବିଶେଷ ଯୋଗର ପ୍ରଭାବ ଜୀବନ ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ। ଯେତେବେଳେ  ସୂର୍ଯ୍ୟ ଓ ଚନ୍ଦ୍ର ପରସ୍ପରଠାରୁ, ସପ୍ତମ ଭାବରେ ଅବସ୍ଥିତ ହୁଅନ୍ତି, ସେତେବେଳେ ‘ସମସପ୍ତକ’ ଯୋଗ ସୃଷ୍ଟି ହୁଏ।ଏହି ସମୟରେ ବ୍ୟକ୍ତିଙ୍କୁ ନିଜ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବିଶେଷ କରି ସିଂହ, ଧନୁ ଓ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏହି ଯୋଗ ଅନେକ ନୂଆ ସୁଯୋଗ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଆଣିପାରେ। ଧନୁ ରାଶିର ଲୋକମାନଙ୍କ ପାଇଁ ‘ସମସପ୍ତକ ଯୋଗ’ ନୂଆ ସୁଯୋଗ ଆଣିପାରେ। ଚାକିରିଆଙ୍କୁ ନିଜ କାମର ଭଲ ଫଳ ମିଳିପାରେ। ଅନ୍ୟପକ୍ଷରେ ବ୍ୟବସାୟ ସହ ଜଡ଼ିତ ଲୋକଙ୍କ ପାଇଁ ନୂଆ ସମ୍ପର୍କ ଲାଭଦାୟକ ସାବ୍ୟସ୍ତ ହୋଇପାରେ।  କୁମ୍ଭ ରାଶି ଲୋକଙ୍କ   କ୍ୟାରିୟରରେ ଆଗକୁ ବଢିବା ପାଇଁ ନୂଆ ସୁଯୋଗ ମିଳିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବାର ସମ୍ଭାବନା ରହିବ। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାରର ସଙ୍କେତ ରହିଛି। ସିଂହ ରାଶିର ଜାତକଙ୍କ ପାଇଁ ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଗକୁ ବଢିପାରେ।  କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ସୃଷ୍ଟି ହୋଇପାରେ। ଯଦି ଆପଣ କୌଣସି ନୂଆ ପ୍ରୋଜେକ୍ଟ ବା ଯୋଜନା ଉପରେ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ସମୟ ଉପଯୁକ୍ତ ବୋଲି ଧରାଯାଏ।

Related Articles

Back to top button