ଅନ୍ୟାନ୍ୟଐତିହ୍ୟ ଓ ସଂସ୍କୃତି

ଦେବସ୍ନାନ ପୂର୍ଣ୍ଣିମା ପାଇଁ -୨୦୨୬ ଉପଲକ୍ଷେ ସୁରକ୍ଷା

ଭୁବନେଶ୍ୱର,ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଅବସରରେ, ୩ରୁ ୪ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ଆସି ଚତୁର୍ଦ୍ଧା ମୂର୍ତ୍ତି—ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପବିତ୍ର ସ୍ନାନଯାତ୍ରା ଦର୍ଶନ କରିବେ ବୋଲି, ଆକଳନ କରାଯାଇଛି। ୨୯ ଜୁନ ୨୦୨୬ ତାରିଖରେ ପାଳିତ ହେବାକୁ ଥିବା ପବିତ୍ର “ଦେବସ୍ନାନ ପୂର୍ଣ୍ଣିମା” ଅବସରରେ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁଚାରୁ ଟ୍ରାଫିକ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ଡଃ ସତ୍ୟଜିତ ନାୟକ, ଆଇପିଏସ୍, ପୋଲିସ ମହାନିରୀକ୍ଷକ ସେଣ୍ଟ୍ରାଲ ରେଞ୍ଜ, ଓଡ଼ିଶା ଏବଂ ଶ୍ରୀ ପ୍ରତୀକ ସିଂହ, ଆଇପିଏସ୍, ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର, ବିସ୍ତୃତ ସମୀକ୍ଷା କରିଥିଲେ।ଶ୍ରଦ୍ଧାଳୁମାନଙ୍କ ପାଇଁ ନିରାପଦ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ, ୨୮ ଜୁନ ରାତ୍ରିଠାରୁ ପୋଲିସ ପକ୍ଷରୁ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।ପୁରୀ ପୋଲିସ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ, ଆଇପିଏସ୍ କହିଥିଲେ ଯେ, ଦେବସ୍ନାନ ପୂର୍ଣ୍ଣିମାର ସୁରକ୍ଷା, ସୁଚାରୁ ଟ୍ରାଫିକ ପରିଚାଳନା ଓ ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପୋଲିସ ପକ୍ଷରୁ, ସମସ୍ତ ପ୍ରକାରର ବ୍ୟାପକ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି।

Related Articles

Back to top button