
ଭୁବନେଶ୍ୱର ,ରାଜଧାନୀର କିଟ ଛକରୁ ପଟିଆ ଛକ ମଧ୍ୟରେ ଲାଗିଲା, ଡ଼ଷ୍ଟ କଲେକ୍ଟର। ରାସ୍ତାର ମଝିରେ ଥିବା ଇଲେକ୍ଟ୍ରି ପୋଲରେ ଲଗାଯାଇଛି ଏହି ଡଷ୍ଟ କଲେକ୍ଟର।ଭୁବନେଶ୍ୱରର ବାୟୁ ପ୍ରଦୂଷଣ, ରୋକିବା ନେଇ ବିଏମସିର ଅଭିନବ ପ୍ରୟାସ। ପାଇଲଟ ପ୍ରକଳ୍ପ ଭାବେ, ମୋଟ ୨୦ଟି ଡଷ୍ଟ କଲେକ୍ଟର ପ୍ରାଥମିକ ଭାବରେ, ଲଗାଯାଇଥିବା ବେଳେ ଆଗକୁ ସହର ସାରା ଏହି ଡଷ୍ଟ କଲେକ୍ଟର ଲଗାଯିବ ନେଇ ଭୁବନେଶ୍ୱର ମହାନଗର ନିଗମ ପ୍ଲାନ, ପ୍ରସ୍ତୁତ କରିଛି। ୨୦୨୫ରେ ସ୍ୱଚ୍ଛ ବାୟୁରେ ଭୁବନେଶ୍ୱର ମହାନଗର ନିଗମର, ରାଙ୍କ-୪ ଥିବା ବେଳେ ତାକୁ ଏକ ନମ୍ବର କରିବା ନେଇ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ସାରା ଦେଶରେ ଦିଲ୍ଲୀ, ଜୟପୁର ପରେ ଭୁବନେଶ୍ୱର ହେଉଛି ତୃତୀୟ ସହର ଯେଉଁଠାରେ ଏହି ପ୍ରକଳ୍ପର ଶୁଭଆରମ୍ଭ ହୋଇଛି।ଏହି ଡଷ୍ଟ କଲେକ୍ଟର ଗୁଡିକ ମଧ୍ୟରେ, ଏକ ସେନ୍ସର ଚାମ୍ବର ରହିଛି। ଯାହାକି ଦୂଷିତ ବାୟୁକୁ ସେହି ଚାମ୍ବର ମଧ୍ୟରେ, ଇଂସ୍ଟଲ କରିବ। ଚାମ୍ବରଟି ଫୁଲ ହେବାପରେ ବିଏମସି ନିକଟରେ ସେନେଇ ତଥ୍ୟ ଆପେ ଆପେ ପହଂଚିବ। ପରେ ବିଏମସି ଅଧିକାରୀ ଉକ୍ତ ଚାମ୍ବରକୁ ସଫା କରିବା ପରେ ପୁନଃ ଡଷ୍ଟ କଲେକ୍ଟର ନିଜ କାମ ଆରମ୍ଭ କରିବ। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱଚ୍ଛ ବାୟୁ ମିଶନ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ, ପାଇଲଟ ପ୍ରକଳ୍ପ ଭାବେ ଏହାର ଆରମ୍ଭ ହୋଇଛି।




