ଓଡ଼ିଶାପାଣିପାଗ

୨୫ରୁ ୩୧ତାରିଖ ମଧ୍ୟରେ ଲଘୁଚାପ

ଭୁବନେଶ୍ୱର,୨୦ରୁ ୨୪ତାରିଖ ମଧ୍ୟରେ ଓଡ଼ିଶାରେ, ପ୍ରବଳ ବର୍ଷାରୁ ଆଶ୍ୱସ୍ତି ମିଳିବ। ପରେ ୨୫ରୁ ୨୯ତାରିଖ ମଧ୍ୟରେ ରାଜ୍ୟରେ ପୁନର୍ବାର ପ୍ରବଳ ବର୍ଷା ହେବାର, ପୂର୍ବାନୁମାନ କରାଯାଉଛି।ଗ୍ଲୋବାଲ୍ ଏବଂ ଆଇଏମ୍‌ଡି ମଡେଲ ଆକଳନ ଅନୁସାରେ, ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେ, କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୨୬ରୁ ୨୮ତାରିଖ ବେଳକୁ ଲଘୁଚାପର ରୂପ ନେବାର ୭୦%ରୁ ଅଧିକ ସମ୍ଭାବନା ରହିଛି। ଜିଏଫ୍‌ଏସ୍, ଜିଇଏଫ୍‌ଏସ୍‌ ମଡେଲ୍ ମଧ୍ୟ ୨୫ତାରିଖ ଆଖପାଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ, ପୁନର୍ବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୬ରୁ ୨୭ତାରିଖରେ, ଲଘୁଚାପରେ ପରିଣତ ହୋଇପାରେ। ୨୫ରୁ ୩୧ତାରିଖ ମଧ୍ୟରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରେ, ପୁନର୍ବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ, ରୂପ ନେବାର, ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ, ଉତ୍ତର-କେନ୍ଦ୍ରୀୟ ଓଡ଼ିଶା ଏବଂ ସଂଲଗ୍ନ ଉପକୂଳ ଅଞ୍ଚଳରେ, ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି, ପାଣିପାଗ ବିଶେଷଜ୍ଞ ପ୍ରଫେସର, ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

Related Articles

Back to top button