ଅନ୍ୟାନ୍ୟଶିକ୍ଷା

ଆସନ୍ତା ୨୧ ଜୁନ୍ ରେ ନିଟ୍ ପୁନଃ-ପରୀକ୍ଷା ହେବାକୁ ଯାଉଛି।

ଭୁବନେଶ୍ୱର ,ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ମେଡିକାଲ୍ ପାଠ୍ୟକ୍ରମରେ, ନାମଲେଖା ପାଇଁ ରବିବାର ଦିନ ନିଟ୍ ପୁନଃ-ପରୀକ୍ଷା କରାଯାଉଛି। ଏଥିପାଇଁ NTA ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ନୂଆ ଆଡମିଟ୍ କାର୍ଡ ଜାରି କରାଯାଇଛି। ନାଗପୁରର ଛାତ୍ର ଅବ୍ଦୁଲ୍ଲା ପରୀକ୍ଷା କେନ୍ଦ୍ର ପାଇଁ ପ୍ରଥମ ବିକଳ୍ପ ଭାବେ ନାଗପୁର, ୱାର୍ଦ୍ଧା କିମ୍ବା ଭଣ୍ଡାରା ସହରକୁ ବାଛିଥିଲେ। କିନ୍ତୁ ତାଙ୍କ ଆଡମିଟ୍ କାର୍ଡରେ ସୁଦୂର ୟୁଏଇର ଆବୁଧାବି ପରୀକ୍ଷା କେନ୍ଦ୍ର ପ୍ରଦାନ କରାଯାଇଛି।ଆସନ୍ତା ୨୧ ଜୁନ୍ ରେ ନିଟ୍ ପୁନଃ-ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରୀକ୍ଷାରେ ସାରା ଦେଶରୁ, ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ତେବେ ପରୀକ୍ଷା ପୂର୍ବରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଏକ ବଡ଼ ଧରଣର ଅବହେଳା ସାମ୍ନାକୁ ଆସିଛି। ନାଗପୁରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ତାଲିବ କହିଛନ୍ତି ଯେ, ଜୁନ୍ ୧୪ ତାରିଖରୁ ସେ କ୍ରମାଗତ ଭାବେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ, ଚେଷ୍ଟା କରୁଥିଲେ ମଧ୍ୟ ତାହା ହେଉନଥିଲା। ଗତକାଲି ଯେତେବେଳେ, ଆଡମିଟ୍ କାର୍ଡ ଡାଉନଲୋଡ୍ ହେଲା, ସେଥିରେ ପରୀକ୍ଷା କେନ୍ଦ୍ର ଆବୁଧାବି ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଏବଂ ତୁରନ୍ତ NTA ର ହେଲ୍ପଲାଇନ ସହ ଯୋଗାଯୋଗ କରିଥିଲେ। NTA ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ଏକ ଇମେଲ୍ ମଧ୍ୟ ପଠାଯାଇଛି।

 

Related Articles

Back to top button