
ଭୁବନେଶ୍ୱର ,ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଥିବା, ସଂସ୍ଥା ‘ୟୁକେ ନ୍ୟାସନାଲ୍ ହେଲ୍ଥ ସର୍ଭିସ୍’ ଅନୁଯାୟୀ, ଭିଗାନ ଡାଏଟ ସମ୍ପୂର୍ଣ୍ଣ ରୂପେ ଗଛଲତାରୁ ମିଳୁଥିବା ଖାଦ୍ୟ ପଦାର୍ଥ ଉପରେ ଆଧାରିତ ଅଟେ। ଏଥିରେ ଫଳ, ପନିପରିବା, ଶସ୍ୟ, ଡାଲି, ବିନ୍ସ, ବାଦାମ/ମେଭା, ଏବଂ ଗଛରୁ ପ୍ରସ୍ତୁତ ଅନ୍ୟାନ୍ୟ ଅନେକ ଖାଦ୍ୟ ପଦାର୍ଥ ସାମିଲ ଥାଏ। ଭିଗାନ ଲୋକମାନେ ଏପରି କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ ଯାହା ପ୍ରତ୍ୟକ୍ଷ ଭାବରେ ପ୍ରାଣୀମାନଙ୍କଠାରୁ ମିଳିଥାଏ। ଏକ ସନ୍ତୁଳିତ ଭିଗାନ ଡାଏଟ୍ରେ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ସାମିଲ କରାଯାଏ। ଏହା ସହିତ ଭାତ, ରୁଟି,ଆଳୁ, ପାସ୍ତା ଏବଂ ସାବୁତ୍ ଶସ୍ୟ ଭଳି ଖାଦ୍ୟ ପଦାର୍ଥ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ପ୍ରୋଟିନ୍ର ଆବଶ୍ୟକତା ପୂରଣ କରିବା ପାଇଁ ,ଡାଲି, ସୋୟାବିନ୍ ଏବଂ ଟୋଫୁ ବ୍ୟବହାର କରାଯାଏ।ଭିଗାନ୍ ଡାଏଟ୍ ଆପଣାଉଥିବା ଲୋକଙ୍କ ପାଇଁ କ୍ୟାଲସିୟମ ଏକ ଅତ୍ୟନ୍ତ ଜରୁରୀ ପୋଷକ ତତ୍ତ୍ୱ। ଏହାର ଅଭାବ ପୂରଣ କରିବା ପାଇଁ ବ୍ରୋକୋଲି, ବନ୍ଧାକୋବି, ଭେଣ୍ଡି, ରାଶି, ତାହିନୀ, ଟୋଫୁ ଏବଂ ଶୁଖିଲା ବାଦାମ ଭଳି ଖାଦ୍ୟ ପଦାର୍ଥ ଖିଆଯାଏ। ସେହିପରି ଭିଟାମିନ୍ ଡି ପାଇଁ ସୂର୍ଯ୍ୟକିରଣକୁ ସବୁଠାରୁ ଭଲ ଉତ୍ସ ବୋଲି ମନେକରାଯାଏ। ଏହା ବ୍ୟତୀତ ଫୋର୍ଟିଫାଇଡ୍ ସିରିଏଲ ଏବଂ ସପ୍ଲିମେଣ୍ଟର ସାହାଯ୍ୟ ମଧ୍ୟ ନିଆଯାଇପାରେ।ଆଇରନ ଅଭାବରୁ ରକ୍ଷା ପାଇବା ପାଇଁ ଭିଗାନ୍ ଲୋକମାନେ ଡାଲି, ସାବୁତ୍ ଶସ୍ୟ, ସବୁଜ ପନିପରିବା, ବାଦାମ ଏବଂ ଶୁଖିଲା ଫଳକୁ ନିଜ ଡାଏଟ୍ର ଅଂଶ ଭାବରେ ଗ୍ରହଣ କରନ୍ତି। ଶରୀରରେ ଯେପରି ଆଇରନ୍ ଭଲ ଭାବରେ ଅବଶୋଷିତ ହୋଇପାରିବ, ସେଥିପାଇଁ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ପଦାର୍ଥର ସେବନ, ଜରୁରୀ ବୋଲି ମନେକରାଯାଏ।




