
ଭୁବନେଶ୍ୱର ,କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କାର ପରବର୍ତ୍ତୀ କିସ୍ତି ପଠାଇବାକୁ ଯାଉଛନ୍ତି।ଚାଷୀମାନେ ହିତାଧିକାରୀ ତାଲିକାରେ, ନିଜ ନାମ ଅଛି କି ନାହିଁ ଏବଂ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ କି ନାହିଁ, ତାହା ଜାଣିବା ନିହାତି ଜରୁରୀ ଅଟେ….ଆପଣଙ୍କ ଚାଷ ଜମିର ରେକର୍ଡ ଆପଣଙ୍କ ଆବେଦନ, ସହିତ ଲିଙ୍କ୍ ହେବା ଜରୁରୀ। ଯଦି ଆପଣଙ୍କ ଷ୍ଟାଟସ୍ରେ ‘Land Seeding’ ଆଗରେ ‘No’ ଲେଖାଯାଇଛି, ତେବେ ଆପଣଙ୍କୁ ଆଗାମୀ କିସ୍ତି ମିଳିବ ନାହିଁ। ସରକାର ‘ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର’ ମାଧ୍ୟମରେ ସିଧାସଳଖ ଟଙ୍କା ପଠାଉଛନ୍ତି। ଏଥିପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କ ସରକାରୀ ପରିଚୟ ପତ୍ର ସହ, ଲିଙ୍କ୍ ହେବା ଏବଂ ଡିବିଟି ଇନେବଲ୍ ହେବା ଅନିବାର୍ଯ୍ୟ।P M କିଷାନ ଯୋଜନା ଅଧୀନରେ, ଚାଷୀମାନଙ୍କୁ ପ୍ରତିବର୍ଷ ୬, ୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ରାଶି ୨,୦୦୦ ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ, ପଠାଯାଇଥାଏ। ଏପର୍ଯ୍ୟନ୍ତ ସରକାର, ୨୨ଟି କିସ୍ତି ଜାରି କରିସାରିଥିବା ବେଳେ ଆଗାମୀ, ୨୩ତମ କିସ୍ତି ଆସନ୍ତା ଜୁନ୍ ୨୦ ତାରିଖରେ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବାକୁ ଯାଉଛି।




