ଓଡ଼ିଶାପାଣିପାଗ

ଦୁଇରୁ ତିନି ଦିନ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ

ଭୁବନେଶ୍ୱର ,ବର୍ଷା ଓ କାଳବୈଶାଖୀ ଯୋଗୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ। ଗତ କିଛି ସପ୍ତାହ ଧରି ଅନେକ ଜିଲ୍ଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିବ ବୋଲି, ଆଶା କରାଯାଉଛି। ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି, ଆଜି ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି।ଆଇଏମ୍‌ଡିର ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ପ୍ରାକ୍-ମୌସୁମୀ ବର୍ଷା ଓ କାଳବୈଶାଖୀ ସକ୍ରିୟ ରହିଛି। ଯାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ମୌସୁମୀର ଅଗ୍ରଗତି ଓ ଏହା ସହିତ ଚାଲିଥିବା ବଜ୍ରପାତ ଜନିତ ସ୍ଥିତି ଯୋଗୁଁ ରଜ ଉତ୍ସବ ସମୟରେ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ, ବର୍ଷାର ପରିମାଣ ବୃଦ୍ଧି ପାଇବା ଆଶଙ୍କା କରାଯାଇଛି।ରାଜ୍ୟରେ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଘଡ଼ଘଡ଼ି ଓ ବଜ୍ରପାତ ସମୟରେ ଲୋକଙ୍କୁ ସତର୍କ ରହିବାକୁ, ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ। ଚାଷୀ, ବାହାରେ କାମ କରୁଥିବା, ଶ୍ରମିକ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ପାଣିପାଗ ସୂଚନା ଉପରେ ନଜର ରଖିବା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ, ଅନୁରୋଧ କରାଯାଇଛି।

Related Articles

Back to top button