Uncategorized

ପ୍ରକାଶ ପାଇଲା ଓଜେଇଇ (OJEE) ୨୦୨୬ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୬ର ଫଳାଫଳ। ସୋମବାର ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଏହି ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାର୍ଥୀମାନେ ବର୍ତ୍ତମାନ ଓଜେଇଇର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିଜ ନିଜର ସ୍କୋରକାର୍ଡ ଯାଞ୍ଚ କରିବା ସହ ଡାଉନଲୋଡ୍ କରିପାରିବେ। ଚଳିତ ବର୍ଷ ଗତ ମେ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୯୨,୬୨୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଚଳିତ ଜୁନ୍ ମାସର ତୃତୀୟ ସପ୍ତାହରୁ ହିଁ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଓଜେଇଇ ୨୦୨୬ ଏମବିଏରେ ତ୍ରିବିକ୍ରମ ପ୍ରଧାନ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ନରେନ ପାତ୍ର, ଏମ.ଫାର୍ମାରେ ଶ୍ୟାମସୁନ୍ଦର ବେହେରା ଟପ୍ପର ହୋଇଛନ୍ତି ।

Related Articles

Back to top button