ଅନ୍ୟାନ୍ୟପାଣିପାଗ

କେରଳର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର ,ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ଗୁରୁବାର ଜୁନ୍ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି।

ସାଧାରଣତଃ ଜୁନ୍ ୧ ତାରିଖ ସୁଦ୍ଧା ମୌସୁମୀ କେରଳରେ, ପହଞ୍ଚିଥାଏ, କିନ୍ତୁ ଏଥର ୩ ଦିନ ବିଳମ୍ବରେ ଏହାର ଆଗମନ ହୋଇଛି।

କେରଳର ଅଧିକାଂଶ ସ୍ଥାନରେ, ଏବେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି।

ଆଜି ସକାଳୁ କେରଳର ଅନେକ ଭାଗରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି।

ଆଇଏମଡି ପକ୍ଷରୁ କେରଳମର କିଛି ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି।

ଏଥିସହ ଘଡ଼ଘଡ଼ି, ପ୍ରବଳ ବର୍ଷା ଏବଂ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଦିଆଯାଇଛି।

Related Articles

Back to top button