ଅନ୍ତର୍ଜାତୀୟଅନ୍ୟାନ୍ୟ

ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଭାରତ ଗସ୍ତରେ

ଭୁବନେଶ୍ୱର ,ବିଶ୍ୱର ସର୍ବବୃହତ ତେଲ ଭଣ୍ଡାର ଥିବା ଦେଶମାନଙ୍କ ମଧ୍ୟରେ, ଅନ୍ୟତମ ଭେନେଜୁଏଲା। ଯଦି ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଶକ୍ତି କ୍ଷେତ୍ରରେ ବଡ଼ ଚୁକ୍ତିନାମା ହୁଏ, ତେବେ ଭାରତକୁ, ଅଶୋଧିତ ତେଲ  ପାଇଁ କେବଳ, ରୁଷିଆ ଏବଂ ଖାଡ଼ି ଦେଶଗୁଡ଼ିକ ଉପରେ, ନିର୍ଭର କରିବାକୁ, ପଡ଼ିବ ନାହିଁ। ଏହି କ୍ରମରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ୩ ରୁ ୭ ଜୁନ୍ ପର୍ଯ୍ୟନ୍ତ ଭାରତ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଶକ୍ତି, ତେଲ ଯୋଗାଣ, ନିବେଶ ଏବଂ ବାଣିଜ୍ୟ ସହ ଜଡ଼ିତ ଅନେକ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ବିଶ୍ୱାସ କରାଯାଉଛି ଯେ ଏହି ଗସ୍ତ କାଳରେ,ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମଧ୍ୟ, ହୋଇପାରେ।। ତେଲ ଉତ୍ପାଦନ ଏବଂ ଭଣ୍ଡାର ଦୃଷ୍ଟିରୁ ଭେନେଜୁଏଲା ବିଶ୍ୱର ସବୁଠାରୁ ସମୃଦ୍ଧ ଦେଶମାନଙ୍କ ମଧ୍ୟରେ ଗଣାଯାଏ। ସଦ୍ୟତମ ମାସଗୁଡ଼ିକରେ ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହରମୁଜ ପ୍ରଣାଳୀ, ସହ ଜଡ଼ିତ ବିପଦ ମଧ୍ୟରେ ଭାରତ ଭେନେଜୁଏଲାରୁ ତେଲ ଆମଦାନୀ ବୃଦ୍ଧି କରିଛି।ନୂଆଦିଲ୍ଲୀରେ ପହଞ୍ଚିବା ପରେ ଡେଲସି ରୋଡ୍ରିଗେଜ କହିଛନ୍ତି ଯେ ସେ ଭାରତ ଆସି ଅତ୍ୟନ୍ତ ଖୁସି। ସେ ଭାରତକୁ, ଏକ ସାହସୀ, ଆଧ୍ୟାତ୍ମିକ ଏବଂ ବିଶ୍ୱ ଅର୍ଥନୀତିରେ, ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଦେଶ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଭେନେଜୁଏଲା ଭାରତ ପାଇଁ ଶାନ୍ତି, ବନ୍ଧୁତ୍ୱ ଏବଂ ସହଯୋଗର ବାର୍ତ୍ତା ନେଇ ଆସିଛି। ଏଥିସହିତ ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ଗସ୍ତ ସମୟରେ ହେବାକୁ ଥିବା ବୈଠକଗୁଡ଼ିକ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ।

Related Articles

Back to top button