ଅନ୍ୟାନ୍ୟଓଡ଼ିଶା

ସମୁଦ୍ର ଉପକୂଳରୁ ସୁରକ୍ଷାକୁ ସୁଦୃଢ଼ କରିବାକୁ A I ଡ୍ରୋନ୍‌ ଅଣାଯାଇଛି।

ଭୁବନେଶ୍ୱର ,କଲକାତାରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ, ବିଦା କରିବା ପ୍ରକ୍ରିୟା ତ୍ୱରାନିତ ହେବା ପରେ, ସେମାନେ ସୀମା ଡେଇଁ,ଓଡ଼ିଶା ମାଡ଼ି ଆସିବା ଆଶଙ୍କା ଦେଖାଦେଇଛି। ଏହାକୁ ନଜରରେ ରଖି କଲକାତା ଓ ଓଡ଼ିଶା ସୀମାରେ ଥିବା ବାଲେଶ୍ବର ଓ ମୟୂରଭଞ୍ଜର ଜାତୀୟ ରାଜପଥରେ, କଡ଼ା ପ୍ରହରା ଦିଆଯାଉଛି। କିନ୍ତୁ ବାଂଲାଦେଶୀ ସମୁଦ୍ରପଥର ଗଳାବାଟ ଦେଇ ଓଡ଼ିଶାକୁ ଅନୁପ୍ରବେଶର ଆଶଙ୍କା ବଢ଼ିଛି। ବାଂଲାଦେଶୀ ନାଗରିକ ମତ୍ସ୍ୟଜୀବୀଙ୍କୁ ହାତ କରି କଲକାତାରୁ, ଓଡ଼ିଶା ପଶି ଆସିବାକୁ ଯୋଜନା କରୁଛନ୍ତି। ଉପକୂଳ ଦେଇ ଅନୁପ୍ରବେଶ ରୋକିବାକୁ, ପାଟ୍ରୋଲିଂକୁ ଜୋରଦାର କରାଯାଉଛି। ଡ୍ରୋନ୍‌ ଦ୍ବାରା ସନ୍ଦିଗ୍ଧଙ୍କ ଗତିବିଧି ଉପରେ, ନଜର ରଖିବା ସହ ସେମାନଙ୍କ ଫଟୋ ଉଠାଯାଉଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମେରାଇନ ଥାନା ପୁଲିସ ଓ ତଟରକ୍ଷୀ ବାହିନୀ ଦ୍ବାରା ପାଟ୍ରୋଲିଂ, କଡ଼ାକଡ଼ି କରାଯାଉଛି।ଏଥିସହ ବେଆଇନ ଭାବେ ଉଡ଼ୁଥିବା ଡ୍ରୋନ୍‌କୁ ପ୍ରତିହତ କରିବା ଲାଗି ଉପକୂଳରେ ଆଣ୍ଟି ଡ୍ରୋନ୍‌ ବ୍ୟବସ୍ଥା ଲାଗୁ କରିବାକୁ ଓଡ଼ିଶା ପୁଲିସ ଲକ୍ଷ୍ୟ ରଖିଛି। ସେପଟେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ତଟବର୍ତ୍ତୀ ଥାନା ଅଞ୍ଚଳରେ, ମେରାଇନ ପୁଲିସ ବିଭିନ୍ନ ସୁରକ୍ଷା ଏଜେନ୍ସି ବୋଟ୍‌ରେ ପାଟ୍ରୋଲିଂ କରୁଛନ୍ତି। ଏହି ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ମେରାଇନ ଥାନାରେ, ମାନବ ସମ୍ବଳ ବୃଦ୍ଧି କରାଯାଇଥିବା ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Related Articles

Back to top button