ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମ୍ପର୍କରେ ଗୁରୁତ୍ବ ଦିଆଯାଇଛି।

ଭୁବନେଶ୍ୱର,ମହାପ୍ରଭୁଙ୍କ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ନୀତିନିର୍ଘଣ୍ଟକୁ ଛତିଶାନିଯୋଗ ଓ ନୀତି ସବ୍ କମିଟି ମୋହର ମାରିଛି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ, ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଅନୁମୋଦିତ ହୋଇଛି। ଏଥିସହ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ମଧ୍ୟ ଅନୁମୋଦନ ଲାଭ କରିଛି। ବୈଠକରେ ଅନେକ ପରାମର୍ଶ ମିଳିଛି। ଜୁନ ୫ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେହି ପ୍ରସ୍ତାବ ଉପରେ, ଆଲୋଚନା ହେବ। ଚଳିତବର୍ଷ ଯୋଡ଼ା ଜ୍ୟେଷ୍ଠ ପାଇଁ ରଥ ନିର୍ମାଣ ଠିକ୍ ଭାବେ, ଚାଲିଛି। ଏଥର ଭୋରରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସୂଚନା ଦେଇଛନ୍ତି। ସ୍ନାନଯାତ୍ରାରେ ପହଣ୍ଡି ବିଜେ, ଜଳ ବିଜେ, ଜଳ ଲାଗି, ଛେରା ପହଁରା, ହାତୀବେଶକୁ ଶୃଙ୍ଖଳିତ କରିବା ପାଇଁ, ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି। ରଥଯାତ୍ରା ସମୟରେ ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ସହିତ ଶୃଙ୍ଖଳିତ ଦର୍ଶନ ନେଇ ସମସ୍ତଙ୍କର ସହଯୋଗ ଲୋଡ଼ା ଯାଇଛି।ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ନେଇ ପ୍ରଶାସନିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସମ୍ପର୍କରେ, ଗୁରୁତ୍ବ ଦିଆଯାଇଛି। ଗତବର୍ଷର ଅଘଟଣ ଯେଭଳି ପୁନରାବୃତ୍ତି ନ ହେବ, ତା’ ଉପରେ ଗୁରୁତ୍ବ ଦିଆଯାଇଛି।




