ନିର୍ବାଚନରାଜନୀତି

ଡିକେ ଶିବକୁମାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ।

ଭୁବନେଶ୍ୱର ,ଶନିବାର କର୍ଣ୍ଣାଟକ ବିଧାନସୌଧରେ ଅନୁଷ୍ଠିତ କଂଗ୍ରେସ ବିଧାୟକ, ଦଳ‌ବୈଠକରେ ଡିକେ ଶିବକୁମାରଙ୍କୁ ନେତା ନିର୍ବାଚିତ କରାଯାଇଛି। ବୈଠକରେ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବିଧାୟକ ଦଳ ନେତା ପାଇଁ ଶିବକୁମାରଙ୍କ, ନାମ ପ୍ରସ୍ତାବ ଦେଇଥିଲେ। ବିଧାୟକ ଦଳ ବୈଠକରେ ସିଦ୍ଧରମେୟାଙ୍କୁ ରାଜ୍ୟବାସୀଙ୍କ ପ୍ରତି ତାଙ୍କର ସେବା ଓ କଂଗ୍ରେସ ଦଳ ପ୍ରତି ଅବଦାନ ପାଇଁ ଧନ୍ୟବାଦ ଜଣାଯାଇଥିଲା। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ, ଶିବକୁମାର ଲୋକଭବନ ଯାଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଦାବି ଅନୁଯାୟୀ ରାଜ୍ୟପାଳ ଥୱର ଚାନ୍ଦ ଗେହଲୋତ ଶିବକୁମାରଙ୍କୁ ସରକାର ଗଠନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟପାଳଙ୍କ ଅନୁମତି ଆଧାରରେ, ଜୁନ୍ ୩ ଅପରାହ୍ଣ ୫ଟା ୧୫ରେ ଶିବକୁମାର ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ, ଭାବେ ଶପଥ ଗ୍ରହଣ କରିବେ।  ମେ ୨୮ ତାରିଖରେ ସିଦ୍ଧରମେୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ, ଇସ୍ତଫା ଦେଇଥିଲେ। ୨୯ ତାରିଖରେ, ରାଜ୍ୟପାଳ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହିତ, ରାଜ୍ୟ ମନ୍ତ୍ରୀ ପରିଷଦକୁ ଭଙ୍ଗ କରିଥିଲେ।

Related Articles

Back to top button