
ଭୁବନେଶ୍ୱର ,ବନ୍ଦେ ମାତରମର ଦୁଇଟି ପଦ ଗାଇବା ନେଇ କଂଗ୍ରେସ ନିଷ୍ପତ୍ତି ପରେ, ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଂଗ୍ରେସର ଏଭଳି ନିଷ୍ପତ୍ତିକୁ, ଦେଶ ବିରୋଧୀ ଓ ତୁଷ୍ଟୀକରଣ ରାଜନୀତିର ଉଦାହରଣ ବୋଲି କହିଛନ୍ତି।ଆଜି କଂଗ୍ରେସ ଦଳ ନିଜର ୧୯୩୭ ର ପ୍ରସ୍ତାବକୁ, କାର୍ଯ୍ୟକାରୀ କରୁଛି। ଦେଶ ବିଭାଜନର ୮୦ ବର୍ଷ ପରେ ମଧ୍ୟ ସ୍ୱାଧୀନ ଭାରତରେ, ଏଭଳି ତୁଷ୍ଟୀକରଣ ରାଜନୀତିକୁ ଆଦୌ ଗ୍ରହଣ କରାଯିବ ନାହିଁ। ଏହି ନିଷ୍ପତ୍ତି ବିରୋଧରେ, ଏକଜୁଟ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଅମିତ ଶାହ।ମୋଦି ସରକାର କଂଗ୍ରେସର ଏହି ଭୁଲକୁ ସୁଧାରି, ଜାତୀୟ ଏକତାକୁ ମଜବୁତ କରିଛି। ସେମାନେ କେବଳ ବଙ୍କିମ ବାବୁଙ୍କ ଏହି ରଚନାକୁ ଅପମାନିତ କରିନାହାନ୍ତି, ବରଂ ଦେଶର ସ୍ୱାଧୀନତା ପାଇଁ ପ୍ରାଣ ଦେଇଥିବା ଲୋକଙ୍କୁ ଅପମାନିତ କରିଛନ୍ତି।ତାଙ୍କ ଅଭିଯୋଗ ଉପରେ ଜବାବ ରଖିଛି କଂଗ୍ରେସ। କେ.ସି. ବେଣୁଗୋପାଳ କହିଛନ୍ତି, କଂଗ୍ରେସ ପାଇଁ ଏହି ସଙ୍ଗୀତ ଏକ ଆବେଗ, କିନ୍ତୁ ବିଜେପି ପାଇଁ ଏହା କେବଳ ରାଜନୀତି। କଂଗ୍ରେସ-ବିଜେପି ମଧ୍ୟରେ, ବାକଯୁଦ୍ଧ ତୀବ୍ର ହୋଇଛି। କଂଗ୍ରେସର ଏଭଳି ନିଷ୍ପତ୍ତିକୁ ଦେଶ ବିରୋଧୀ ବୋଲି କହିଛନ୍ତି।




