ଅନ୍ୟାନ୍ୟଅପରାଧ

ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍ ଙ୍କ ବିରୋଧରେ ଚାର୍ଜଫ୍ରେମ

ଭୁବନେଶ୍ୱର ,ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍, ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟ ୧୫ ଜଣଙ୍କ ବିରୋଧରେ କୋର୍ଟ ଚାର୍ଜଫ୍ରେମ କରିଛନ୍ତି।

ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଶନିବାର ଅଭିଯୁକ୍ତଙ୍କ ବିରୋଧରେ, ଅର୍ଥ ହେରଫେର ନିରୋଧ ଆଇନ ର ଧାରା, ୩ ଏବଂ ୪ ଅନୁଯାୟୀ ମାମଲା ଚଳାଇବା ଲାଗି ଚାର୍ଜଫ୍ରେମ କରିଛନ୍ତି।

ନିଜକୁ ଜଣେ ବଡ଼ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର,ରାନବାକ୍ସିର ପୂର୍ବତନ ପ୍ରମୋଟର, ଶିବିନ୍ଦର ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କଠାରୁ,

ପ୍ରାୟ ୨୦୦ କୋଟି ଟଙ୍କା ଆଦାୟ କରିଥିବା,ଅଭିଯୋଗ ହୋଇଥିଲା।

Related Articles

Back to top button