Uncategorized
୧୫ ଦିନରେ ସରିବ ଭତ୍ତା ସମସ୍ୟା, ବାକି ଟଙ୍କା ଏକାଠି ମିଳିବ: ମନମୋହନ ସାମଲ


ଭୁବନେଶ୍ୱର: ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟରେ ଭତ୍ତା ପ୍ରଦାନ ଜନିତ ସମସ୍ୟାର ସ୍ଥାୟୀ ସମାଧାନ ହେବ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ ସଫ୍ଟୱେର୍ ବିକଶିତ କରାଯାଉଥିବାରୁ ଗତ ଦୁଇ ମାସ ହେବ ଅନ୍ଲାଇନ୍ ଆକାଉଣ୍ଟରେ ଭତ୍ତା ପାଉଥିବା ହିତାଧିକାରୀଙ୍କ କ୍ଷେତ୍ରରେ କିଛିଟା ବ୍ୟତିକ୍ରମ ଦେଖାଦେଇଛି। ତେବେ ଯେଉଁମାନେ ନଗଦ (କ୍ୟାଶ୍) ଆକାରରେ ଭତ୍ତା ପାଉଛନ୍ତି, ସେମାନଙ୍କର କୌଣସି ସମସ୍ୟା ହୋଇନାହିଁ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ବ୍ୟବସ୍ଥାର ସୁଧାର ପାଇଁ କାର୍ଯ୍ୟ କରୁଛନ୍ତି। ଆସନ୍ତା ୧୫ ଦିନ ଭିତରେ ଏହି ସମସ୍ୟା ଦୂର ହେବ ଏବଂ ଯେଉଁ ହିତାଧିକାରୀମାନେ ଭତ୍ତା ପାଇନାହାନ୍ତି, ସେମାନଙ୍କୁ ଏକକାଳୀନ (ଏକାଠି) ସମସ୍ତ ବାକି ଭତ୍ତା ପ୍ରଦାନ କରାଯିବ।




