
ଭୁବନେଶ୍ୱର ,ମୁଖ୍ୟମନ୍ତ୍ରୀ ଭାବେ ନିଜର ପ୍ରଥମ ଦିଲ୍ଲୀ ଗସ୍ତରେ ଆସିଥିବା, ବିଜୟଙ୍କୁ ତାମିଲନାଡୁ ହାଉସ୍ଠାରେ, ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ, ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଜାଗାମ୍’ ୧୦୮ଟି ଆସନ ଜିତି ସବୁଠାରୁ, ବଡ଼ ଦଳ ଭାବେ ଉଭା ହୋଇଥିଲା। ଗତ ମେ ୧୩ ତାରିଖରେ ସେ ବିଧାନସଭାରେ କଂଗ୍ରେସ, ସିପିଆଇ, ସିପିଆଇ ଏବଂ ବାମଦଳର ସମର୍ଥନରେ ଆସ୍ଥା ଭୋଟ୍ ଜିତି, ସରକାର ଗଠନ କରିଛନ୍ତି।ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ବିଜୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାର ମାତ୍ର କେଇ ସପ୍ତାହ ମଧ୍ୟରେ, ଏହି ସାକ୍ଷାତକାର ହୋଇଛି। ଗତ ୧୨ ବର୍ଷ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ଅଟେ। ଦିଲ୍ଲୀର ‘ସେବା ତୀର୍ଥ’ଠାରେ ଅନୁଷ୍ଠିତ ଏହି ହାଇ-ପ୍ରୋଫାଇଲ୍ ବୈଠକ ପ୍ରାୟ ୨୫ ମିନିଟ୍ ଧରି ଚାଲିଥିଲା, ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ଉପ-ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।ପରେ ବିଜୟ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ମଧ୍ୟ ଭେଟିବେ।




