Uncategorized

CBSE ନବମ ଶ୍ରେଣୀ ତ୍ରିଭାଷୀ ନିୟମକୁ ଚ୍ୟାଲେଞ୍ଜ: କେନ୍ଦ୍ର ଓ ବୋର୍ଡକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦放୬-୨୭ ଶିକ୍ଷାବର୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ପଢ଼ିବା ବାଧ୍ୟତାମୂଳକ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆସନ୍ତା ଜୁଲାଇ ୧ ତାରିଖରୁ ଏହି ନିୟମ ଲାଗୁ ହେବାକୁ ଯାଉଥିବା ବେଳେ, ଏହା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)କୁ ଅନୁଧ୍ୟାନ କରିବାକୁ ସର୍ବୋଚ୍ଚ ଅଦାଲତ ବୁଧବାର ସମ୍ମତି ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ମାନ୍ୟବର କୋର୍ଟ କେନ୍ଦ୍ର ସରକାର, CBSE ଏବଂ NCERT ଠାରୁ “ବିସ୍ତୃତ ଜବାବ” ତଲବ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଏବଂ ଜଷ୍ଟିସ ବିପୁଲ ଏମ୍‌. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାର, ସିବିଏସ୍‌ଇ ଏବଂ ଏନ୍‌ସିଇଆର୍‌ଟିକୁ ନୋଟିସ ଜାରି କରିଛନ୍ତି ଓ ୨ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ବୋର୍ଡର ସାମଗ୍ରିକ ପ୍ରସ୍ତୁତି କିପରି ରହିଛି, ସେ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ଶୀର୍ଷ ଅଦାଲତ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହରେ ହେବ।

Related Articles

Back to top button