ସ୍ଥିତି ଉପରେ ଭାରତ ସରକାରଙ୍କ ନଜର

ଭୁବନେଶ୍ୱର,ଇବୋଲା ହେଉଛି ଏକ ଅତ୍ୟନ୍ତ ଗମ୍ଭୀର ଏବଂ ମାରାତ୍ମକ ‘ଭାଇରାଲ୍ ହେମରେଜିକ୍ ଫିଭର’ଯାହା ଶରୀର ଭିତରେ ଓ ବାହାରେ ରକ୍ତସ୍ରାବ, ସୃଷ୍ଟି କରିଥାଏ। ବର୍ତ୍ତମାନ ବ୍ୟାପୁଥିବା ‘ବୁଣ୍ଡିବୁଗ୍ୟୋ ଷ୍ଟ୍ରେନ୍’ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ୱୀକୃତିପ୍ରାପ୍ତ ଭ୍ୟାକ୍ସିନ୍ କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଏଥିଯୋଗୁଁ ଏହାର ମୃତ୍ୟୁ ହାର ଅତ୍ୟଧିକ, ଅଧିକ ରହିଥାଏ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାରତରେ ବର୍ତ୍ତମାନ ସୁଦ୍ଧା ଏହି ଷ୍ଟ୍ରେନ୍ର କୌଣସି ମାମଲା ସାମ୍ନାକୁ ଆସିନାହିଁ। ସରକାର ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। ଯେଉଁ ଭାରତୀୟ ନାଗରିକମାନେ, ବର୍ତ୍ତମାନ ସେହି ପ୍ରଭାବିତ ଦେଶଗୁଡ଼ିକରେ ଅଛନ୍ତି, ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରଶାସନର ନିୟମାବଳୀ ମାନିବାକୁ ଏବଂ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଏହି ଦେଶଗୁଡ଼ିକୁ ଯାତ୍ରା ନକରିବା ହିଁ ସବୁଠାରୁ ନିରାପଦ ବିକଳ୍ପ।WHO ର ତଥ୍ୟ ଅନୁଯାୟୀ, ମଇ ୨୧ ତାରିଖ ସୁଦ୍ଧା କଙ୍ଗୋରେ ୭୪୬ଟି ସନ୍ଦିଗ୍ଧ ମାମଲା ଏବଂ ୧୭”୬ ଜଣଙ୍କର ସନ୍ଦିଗ୍ଧ ମୃତ୍ୟୁ ରେକର୍ଡ କରାଯାଇଛି। ଉଭୟ ଦେଶରେ ୮୫ଟି ମାମଲା ନିଶ୍ଚିତ ହୋଇଛି, ଯେଉଁଥିରେ ୟୁଗାଣ୍ଡାର ୨ଟି ମାମଲା ସାମିଲ ଅଛି। WHO ର ଜରୁରୀକାଳୀନ କମିଟି ସମସ୍ତ ସଦସ୍ୟ ଦେଶଗୁଡ଼ିକୁ, ସେମାନଙ୍କର ପ୍ରବେଶ ପଥ ଗୁଡ଼ିକରେ ସ୍କ୍ରିନିଂ ଏବଂ ନଜର ରଖିବା ପ୍ରକ୍ରିୟା ବଢ଼ାଇବାକୁ କହିଛି, ଯେପରି ଜ୍ୱର କିମ୍ବା ସନ୍ଦିଗ୍ଧ ଲକ୍ଷଣ ଥିବା ଯାତ୍ରୀମାନଙ୍କୁ, ସହଜରେ ଚିହ୍ନଟ କରାଯାଇପାରିବ।



