ଅନ୍ୟାନ୍ୟସ୍ୱାସ୍ଥ୍ୟ

ସୁସ୍ଥ ରଖିବା ପାଇଁ ଅଙ୍ଗୁର ଖାଇବା ନିତ୍ୟାନ୍ତ ଆବଶ୍ୟକ

ଭୁବନେଶ୍ୱର,ଖରାଦିନେ ଅଙ୍ଗୁର ସେବନ କରିବା, ଖୁବ ହିତକାରୀ। ଏହି ଫଳ ସମସ୍ତ ଦୋକାନରେ ସହଜରେ ମିଳିଯାଇଥାଏ।ଅଙ୍ଗୁରରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଭିଟାମିନ ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ, ବୃଦ୍ଧି କରିଥାଏ।ଅଙ୍ଗୁର ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି କ୍ଷମତା ବୃଦ୍ଧି ହୋଇଥାଏ। ଏହା ଚକ୍ଷୁ ପାଇଁ ଖୁବ ଉପକାରୀ।ଅଙ୍ଗୁର ଖାଇବା ସହ ଏହାର ଜୁସ ମଧ୍ୟ ପ୍ରସ୍ତୁତ କରି, ପିଇପାରିବେ।ଖରାଦିନେ ସାଧାରଣତଃ ତ୍ୱଚାର ସୁନ୍ଦରତା ଉପରେ ଖୁବ, ପ୍ରଭାବ ପଡ଼ିଥାଏ। ଅଙ୍ଗୁରରେ ଥିବା ପୋଷକ ତତ୍ୱ ତ୍ୱଚାର ସୁନ୍ଦରତା ଓ ଚମକ ବୃଦ୍ଧି କରିବାରେ ସହାୟକ ହୋଇଥାଏ।ଅଙ୍ଗୁରରେ ଅଧିକ ମାତ୍ରାରେ ପୋଟାସିୟମ ରହିଛି। ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ, ସହାୟକ ହୋଇଥାଏ।ଖରାଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଅଙ୍ଗୁର ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

Related Articles

Back to top button