Uncategorized

ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ

ଭୁବନେଶ୍ୱର: ଅନ୍‌ଲାଇନ୍ ଔଷଧ ବିକ୍ରି (ଇ-ଫାର୍ମାସି) କୁ ବିରୋଧ କରି ଆଜି ସାରା ଦେଶରେ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ ଡକରା ଦିଆଯାଇଛି। କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟ୍ସ୍ ଆସୋସିଏସନ୍ (ୟୁସିଡିଏ) ପକ୍ଷରୁ ଆହୂତ ଏହି ଆନ୍ଦୋଳନରେ ସମଗ୍ର ଦେଶରୁ ପ୍ରାୟ ଅଢ଼େଇ ଲକ୍ଷ ଏବଂ କେବଳ ଓଡ଼ିଶାରୁ ୩୦ ହଜାରରୁ ଅଧିକ ଔଷଧ ଦୋକାନୀ ସାମିଲ ହୋଇଛନ୍ତି। ବନ୍ଦ ସମୟରେ ସାଧାରଣ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଥିବା ବେଳେ କେବଳ ରୋଗୀଙ୍କ ପାଇଁ ଅତି ଜରୁରିକାଳୀନ ଔଷଧ ଯୋଗାଇ ଦେବାକୁ ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ଏଭଳି ସଙ୍କଟଜନକ ସ୍ଥିତିରେ ସାଧାରଣ ଜନସାଧାରଣ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ଏବଂ ସେମାନଙ୍କୁ କିପରି ସହଜରେ ଔଷଧ ମିଳିପାରିବ, ସେଥିପାଇଁ ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ସହକାରୀ ଡ୍ରଗ୍ ନିୟନ୍ତ୍ରକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଜରୁରିକାଳୀନ ଔଷଧ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ଏକ ‘ସାତସୂତ୍ରୀ’ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Articles

Back to top button