Uncategorized

ମାଷ୍ଟରମାଇଣ୍ଡ ତଥା ଟପ୍ ISIS ଆତଙ୍କୀ ଆବୁ-ବିଲାଲ୍ ନିହତ

ୱାଶିଂଟନ: ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ISIS ବିରୋଧରେ ମିଳିଛି ଏକ ବଡ଼ ସଫଳତା । ନାଇଜେରିଆରେ ଲୁଚି ରହିଥିବା ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର (ସେକେଣ୍ଡ-ଇନ୍-କମାଣ୍ଡ) ଆବୁ-ବିଲାଲ ଅଲ-ମିନୁକି ଏକ ସାମରିକ ଅପରେସନରେ ନିହତ ହୋଇଛି । ଆମେରିକା ଏବଂ ନାଇଜେରିଆ ସୈନ୍ୟଙ୍କ ମିଳିତ ଅଭିଯାନରେ ଏହି ସଫଳତା ମିଳିଥିବା ସୂଚନା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୂଚନା ଅନୁଯାୟୀ, ଏହି ମିଳିତ ମିଶନରେ ଆତଙ୍କୀ ସଂଗଠନର ଏହି ପ୍ରମୁଖ ଚେହେରାକୁ ନିପାତ କରାଯାଇଛି । ଏହି ଅଭିଯାନ ଅତ୍ୟନ୍ତ କଷ୍ଟକର ଥିଲା ଏବଂ ଏକ ସୂକ୍ଷ୍ମ ତଥା ସୁଚିନ୍ତିତ ଯୋଜନା ଆଧାରରେ ଏହାକୁ ସଫଳ କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି । ଆବୁ-ବିଲାଲ ଅଲ-ମିନୁକି ମୁଖ୍ୟତଃ ଆଫ୍ରିକା ମହାଦ୍ୱୀପରୁ ନିଜର ନେଟୱର୍କ ଚଲାଉଥିଲା ଏବଂ ବିଶ୍ୱବ୍ୟାପୀ ISISର ଆତଙ୍କବାଦୀ କାର୍ଯ୍ୟକଳାପରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ।

Related Articles

Back to top button